Site icon ଆଜିକାଲି

ଆଜି ବିରଳ ସୂର୍ଯ୍ୟପରାଗ ! ଜାଣନ୍ତୁ କଣ କରିବେ ଓ କଣ ନାହିଁ

ଚଳିତ ବର୍ଷ ବିରଳ ସୂର୍ଯ୍ୟପରାଗ ସଂଘଟିତ ହେଉଛି। ଗ୍ରହଣ ବା ପରାଗ ଲାଗିବା ସମୟରେ ଖାଦ୍ୟ ଗ୍ରହଣକୁ ବାରଣ କରା ଯାଇଚି। କାରଣ ଗ୍ରହଣ ବା ପରାଗ ଲାଗିବା ସମୟରେ ପେଟରେ କିଛି ଖାଦ୍ୟ ପଦାର୍ଥ ନ ରହିବା ଭଲ ହୋଇଥାଏ।ତେବେ ଏହି ପରାଗର ପାକ ନିଷେଧର ସମୟ ହେଉଛି ୨୪ ଅକ୍ଟୋବର ୨୦୨୨ ସୋମବାର ରାତ୍ରି ୯ ଘଣ୍ଟା ୨୫ ମିନିଟ ରୁ ଆରମ୍ଭ ହେବ ଏବଂ ୨୫ ଅକ୍ଟୋବର ୨୦୨୨ ମଙ୍ଗଳବାର ସନ୍ଧ୍ୟା ୬ଘଣ୍ଟା ୩୨ ମିନିଟରେ ଶେଷ ହେବାକୁ ଯାଉଛି।

ଏହି ପରାଗ ୨୫ ଅକ୍ଟୋବର ମଙ୍ଗଳବାର ଦିନ ୨ ଟା ୨୯ ମିନିଟରେ ଆରମ୍ଭ ହେବ ଓ ସନ୍ଧ୍ୟା ୬ ଟା ୩୨ ମିନିଟ ପରାଗ ଶେଷ ହେବ।ସମ୍ପୂର୍ଣ୍ଣ ଗ୍ରାସ ସମୟ: ଦିନ ୪:୩୧ ମିନିଟ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୫:୫୭ ମିନିଟରେ ଶେଷ ହେବ।

ଗର୍ଭବତୀ ମହିଳା ମାନଙ୍କ ପାଇଁ ଏହି ସମୟ ଅଶୁଭ ହୋଇ ଥିବାରୁ ସେମାନଙ୍କୁ ଏହି ସମୟରେ ବିଶେଷ ସାବଧାନ ରହିବା ସହିତ ପରାଗ ଦେଖିବା ପାଇଁ ବାରଣ ବି କରାଯାଇଛି। ପରାଗ ଲାଗିବା ସମୟରେ ଗର୍ଭବତୀ ମହିଳା ମାନେ କୌଣସି ଜିନିଷକୁ କଟାକଟି କରନ୍ତୁ ନାହିଁ ବା କପଡା ଆଦି ସିଲେଇ କରନ୍ତୁ ନାହିଁ।ଚାକୁ, ଛୁରୀ ଇତ୍ୟାଦି ଧାରୁଆ ଜିନିଷ ଠାରୁ ଦୂରେଇ ରୁହନ୍ତୁ। ପରାଗ ଲାଗୁଥିବା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ଏବଂ ବାହାରକୁ ବି ବାହରନ୍ତୁ ନାହିଁ। ଏହି ସମୟରେ କେବଳ ଶୁଖିଲା ଖାଦ୍ୟ ବା ଫଳ ମୂଳ ଖାଇବା ଉଚିତ। ଏହି ସମୟରେ କୌଣସି ଶୁଭ କାମ କରନ୍ତୁ ନାହିଁ କି ଆଲୋଚନା ବି କରନ୍ତୁ ନାହିଁ। ଏହି ସମୟରେ ଠାକୁରଙ୍କ ପୂଜା କରନ୍ତୁ ନାହିଁ।ତେବେ ଏହି ଗ୍ରହଣ ସମୟରେ କିଛି ରାଶିରେ ଖରାପ ପ୍ରଭାଵ ପଡ଼ୁଥିବା ସମୟରେ କିଛି ରାଶିରେ ଭଲ ପ୍ରଭାବ ପଡ଼ିବା ପାଇଁ ଯାଉଛି। ଏହି ୪ ରାଶି ଉପରେ ଶୁଭ ପ୍ରଭାବ ପଡ଼ିବ।ସେହି ରାଶି ମାନେ ହେଉଛନ୍ତି। ବୃଷ ରାଶି,ସିଂହ ରାଶି,ଧନୁ ରାଶି, ମକର ରାଶି। ଏହି ୪ ରାଶି ଯଥା ମେଷ,ମିଥୁନ,କନ୍ୟା,କୁମ୍ଭ ରାଶି ମାନଙ୍କ ପାଇଁ ସାମାନ୍ୟ ରହିବ।କର୍କଟ ରାଶି,ତୁଳା ରାଶି ବିଛା ରାଶି ଓ ମୀନ ରାଶି ପାଇଁ ଏହା ବହୁତ ଅଶୁଭ ରହିବ। ତେବେ ଆପଣ ସତର୍କ ରୁହନ୍ତୁ।

ସୂର୍ଯ୍ୟପରାଗ- ୨୫/୧୦/୨୦୨୨ ତାରିଖ ମଙ୍ଗଳବାର କାର୍ତ୍ତିକ କୃଷ୍ଣ ଅମାବାସ୍ୟା

ପରାଗ ସ୍ପର୍ଶ- ଅପରାହ୍ନ ୦୪ ଘଣ୍ଟ ୫୪ ମିନିଟ ୫୫ ସେକେଣ୍ଡ

ପରାଗ ସର୍ବମୋକ୍ଷ- ସଂଧ୍ୟା ୦୬ ଘଣ୍ଟ ୨୬ ମିନିଟ ୩୦ ସେକେଣ୍ଡ

ଦେବନୀତି, ପାକକର୍ମ ଇତ୍ୟାଦି ତ୍ୟାଗ- ୨୪/୧୦/୨୦୨୨ ତାରିଖ ସୋମବାର କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ ରାତ୍ରି ୦୪ ଘଣ୍ଟ ୫୪ ମିନିଟ ୫୫ ସେକେଣ୍ଡ ଠାରୁ ୨୬/୧୦/୨୦୨୨ ତାରିଖ ବୁଧବାର କାର୍ତ୍ତିକ ଶୁକ୍ଳ ପ୍ରତିପଦ ପ୍ରାତଃ ୦୫ ଘଣ୍ଟ ୪୯ ମିନିଟ ୨୪ ସେକେଣ୍ଡ ଯାଏଁ ।

ଦୀପାବଳୀର ପିତୃପୁରୁଷଙ୍କ ଉଦ୍ଧେଶ୍ୟରେ ଦୀପଦାନର କାର୍ଯ୍ୟକ୍ରମ- ୨୪/୧୦/୨୦୨୨ ତାରିଖ ସୋମବାର କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ ସଂଧ୍ୟା ୫ ଘଣ୍ଟ ୩୭ ମିନିଟ ଠାରୁ ସେହି ରାତ୍ରି ୪ ଘଣ୍ଟ ୫୪ ମିନିଟ ୫୫ ସେକେଣ୍ଡ ଯାଏଁ ଅର୍ଥାତ୍ ୨୫/୧୦/୨୦୨୨ ତାରିଖ ମଙ୍ଗଳବାର କାର୍ତ୍ତିକ କୃଷ୍ଣ ଅମାବାସ୍ୟା ପ୍ରାତଃ ୪ ଘଣ୍ଟ ୫୪ ମିନିଟ ୫୫ ସେକେଣ୍ଡ ଯାଏଁ କରିବେ ।

ବିଶେଷ ଦ୍ରଷ୍ଟବ୍ୟ- କୈାଣସି କାରଣ ବଶତଃ ପୂର୍ବରୁ ମହାଳୟା ଶ୍ରାଦ୍ଧ କରି ନ ଥିବା ବ୍ୟକ୍ତିମାନେ ୨୫/୧୦/୨୦୨୨ ତାରିଖ ମଙ୍ଗଳବାର କାର୍ତ୍ତିକ କୃଷ୍ଣ ଅମାବାସ୍ୟା ଦିନ ମହାଳୟାର ଶ୍ରାଦ୍ଧ ଆମ ବା ହେମ ଦ୍ରବ୍ୟ ଦ୍ଵାରା ମହାଳୟା ଶ୍ରାଦ୍ଧ କରିବେ ଏବଂ ୨୩/୧୧/୨୦୨୨ ତାରିଖ ବୁଧବାର ମାର୍ଗଶିର କୃଷ୍ଣ ଅମାବାସ୍ୟା (ଦେବ ଦୀପାବଳୀ) ଦିନ ପୟାଶ୍ରାଦ୍ଧ ବା ଦୀପଦାନ ଶ୍ରାଦ୍ଧ କରିବେ।

Exit mobile version