Site icon ଆଜିକାଲି

ରାଷ୍ଟ୍ରୀୟ ନବବର୍ଷ ଉପଲକ୍ଷେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ର ଭବ୍ୟ କାର୍ଯ୍ୟକ୍ରମ

କେନ୍ଦୁଝର, ୯/୪ ରାଷ୍ଟ୍ରୀୟ ନବବର୍ଷ ଉପଲକ୍ଷେ ସୋମବାର ଦିନ ସକାଳୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦୁଝରଗଡ ପରିସର ରୁ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର କାର୍ଯ୍ୟବାହ ଦୁଶାସନ ମହାନ୍ତଙ୍କ ନେତୃତ୍ୱ ରେ ଏକ ପଥ ସଞ୍ଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ନଗର ର ଶତାଧିକ ସ୍ୱୟଂ ସେବକ ଏହି ପଥ-ସଞ୍ଚଳନ ରେ ସାମିଲ ହୋଇ ସହର ପରିକ୍ରମା କରିଥିଲେ । ସନ୍ଧ୍ୟା ରେ ବିଦ୍ୟାଳୟ ପରିସରରେ ନବବର୍ଷ ଉପଲକ୍ଷେ ଆୟୋଜିତ ବିଶେଷ ଶୋଭାରେ ଓଡିଶା ପୂର୍ବ ପ୍ରାନ୍ତ ର ସହ-ପ୍ରାନ୍ତ ପ୍ରଚାରକ ଅସିତ କୁମାର ସାହୁ, କେନ୍ଦୁଝର ଜିଲ୍ଲାର ଜିଲ୍ଲା ସଂଘ ଚ‍ାଳକ ଭ‍ାଗିରଥି ପୃଷ୍ଟି ଉପସ୍ଥିତ ରହି ରାଷ୍ଟ୍ରୀୟ ନବବର୍ଷ ର ବିଶେଷତ୍ୱ ଉପରେ ମାର୍ଗଦର୍ଶନ ରଖିଥିଲେ। ଏହାପରେ ଭବ୍ୟ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଦୁଶାସନ ମହାନ୍ତ ଙ୍କ ସଂଯୋଜନାରେ ଏବଂ ପର୍ଶୁରାମ ପୃଷ୍ଟି ଙ୍କ ତତ୍ତ୍ଵାବଧାନରେ ତଥା ପ୍ରତାପ କୁମାର ଝରା ନୀଳମଣି ସାହୁ,ଦେବରାଜ ଆଚାର୍ଯ୍ୟ,ବରଦା ପ୍ରସାଦ ସାହୁ,ମିଲନ ନାଏକ,ବିରଞ୍ଚି ନାରାୟଣ ମହାନ୍ତ,ବଂଶିଧର ମହାନ୍ତ,ଦୟାନିଧି ମହାନ୍ତ,ଅଲେଖ ଚନ୍ଦ୍ର ମହାନ୍ତ, ଲକ୍ଷ୍ମୀ ଧର ନାଏକ, ପ୍ରଫୁଲ ଓଝା ତଥା ପ୍ରମୁଖ ସ୍ୱୟଂ ସେବକ ସହଯୋଗରେ ରାଷ୍ଟ୍ରୀୟ ନବବର୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Exit mobile version