Site icon ଆଜିକାଲି

ରଥକାଠ ଚିରଟ ପାଇଁ ଆଜ୍ଞାମାଳ, କଟକ ଅଭିମୁଖେ ଯାତ୍ରା କଲେ ପ୍ରତିନିଧି ଦଳ

ପୁରୀ : ଆସନ୍ତା ଜୁନ୍ ୨୦ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଅପ୍ରେଲ ୨୩ ତାରିଖରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅବସରରେ ରଥ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ l ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସରସ୍ବତୀ ପୂଜାଠାରୁ ପୂଜା କରାଯାଇଥିବା ତିନୋଟି ଧଉରା କାଠକୁ ହୋମରେ ଦେଉଳ ପୁରୋହିତ ପୂର୍ଣ୍ଣାହୂତି ଦେଇଥାନ୍ତି । ସେଠାରେ ଶ୍ରୀମନ୍ଦିର ମଣିବିମାନରେ ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ପାଲିଙ୍କିରେ ରାମକୃଷ୍ଣ ଓ ପଞ୍ଚୁପାଣ୍ଡବ ରଥଖଳାରେ ପହଞ୍ଚିବା ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡାସାମନ୍ତ ମହାପ୍ରଭୁଙ୍କ ଲାଗି ମାଳ ଆଣି ରଥ କାଠ ଉପରେ ଲାଗି କରିଥାନ୍ତି l ଶ୍ରୀମନ୍ଦିର ପୁରୋହିତଙ୍କ ଦ୍ୱାରା ରଥକାଠ ପୂଜାବିଧି ସମ୍ପୂର୍ଣ୍ଣ ହୁଏ l ତିନି ରଥର ମୁଖ୍ୟ ମହାରଣା ରଥକାର୍ଯ୍ୟ ଶୁଭାରମ୍ଭ କରିଥାନ୍ତି l

ପବିତ୍ର ରାମ ନବମୀରେ ରଥରେ ବ୍ୟବହାର ହେଉଥିବା କାଠକୁ ଚିରଟ କରିବାକୁ ଅନୁକୂଳ କରାଯାଏ l ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପ୍ରତିନିଧି ଦଳ ଠାକୁରଙ୍କ ମାଳ ମାହାର୍ଦ୍ଦ ନେଇ କଟକ ଯାତ୍ରା କରିଛନ୍ତି । ଖପୁରିଆ ସ୍ଥିତ କରତ କଳରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଚିରଟ ଅନୁକୂଳ କରାଯିବ । ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ନୀତିପ୍ରଶାସକ ଜିତେନ୍ଦ୍ର ଦାସ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଧାର ରବି ଭୋଇ, ବରିଷ୍ଠ ତତ୍ତ୍ୱlବାଧାର ସୁଦର୍ଶନ ମେକାପ ପ୍ରମୁଖ ଏକ ପ୍ରତିନିଧି ଦଳ କଟକ ଅଭିମୁଖେ ଯାତ୍ରା କରିଛନ୍ତି l

Exit mobile version