Site icon ଆଜିକାଲି

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା, ଏବେ ବନ୍ଦ ହେବନି E-KYC : ମନ୍ତ୍ରୀ

ଭୁବନେଶ୍ୱର : ରାସନକାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ସୂଚନା। ପ୍ରକୃତ ରାସନକାର୍ଡ ହିତାଧିକାରୀ ଚିହ୍ନଟ ପାଇଁ ଚାଲିଥିବା E-KYC ଏବେ ବନ୍ଦ ହେବନି। ଯେଉଁ ପର୍ଯ୍ୟନ୍ତ ଶେଷ ବ୍ୟକ୍ତିଙ୍କ E-KYC ସରିନି, ସେଯାଏଁ କାମ ଚାଲୁ ରହିବ ବୋଲି ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ମନ୍ତ୍ରୀ ଆହୁରି କହିଛନ୍ତି, ପାଖାପାଖି ସାଢ଼େ ୩ କୋଟି ଲୋକଙ୍କ E-KYC ହେବ। ଅଦ୍ୟାବଧି ୨ କୋଟି ଲୋକଙ୍କ E-KYC ସରିଛି, ଆଉ ଦେଢ଼ କୋଟି ଲୋକଙ୍କର ବାକି ରହିଛି। ଏଥିପାଇଁ ମାସେ, ଦେଢ଼ମାସ ସମୟ ଲାଗିପାରେ। E-KYC ସରିଲା ପରେ କେତେ ଫଲ୍ସ କାର୍ଡ ଥିଲା ତାହା ସ୍ପଷ୍ଟ ହୋଇଯିବ।ସେମାନଙ୍କୁ ଯୋଜନାରୁ କାଟି ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ବଣ୍ଟା ହେବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ। ସେହିଭଳି ଯୋଗାଣ ମନ୍ତ୍ରୀ ପୂର୍ବରୁ କହିଥିଲେ କି, E-Kyc ପାଇଁ ଯେଉଁଠି ଚାହିଁଲେ ବି କରିପାରିବେ। ଓଡିଶା ବାହାରେ ଥିଲେ ବି କରିପାରିବେ E-Kyc, କଟିବନି ରାସନ କାର୍ଡ।

Exit mobile version