Site icon ଆଜିକାଲି

ପୁଣି ଖୋଲିଲା ରତ୍ନ ଭଣ୍ଡାର : ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତରଣ ଶେଷ, ସାଧାରଣ ଦର୍ଶନ ସ୍ଵାଭାବିକ

ପୁରୀ : ପୁଣି ଥରେ ଖୋଲିଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ଶୁକ୍ରବାର ଦିନ ପ୍ରାୟ ୨ଟା ସମୟରେ ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ଵନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଉପସ୍ଥିତିରେ ରତ୍ନ ଭଣ୍ଡାରରୁ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତରଣ ଶେଷ ହୋଇଛି।

ଶୁକ୍ରବାର ଦିନ ୧ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଥିବା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି। ନୀଳାଦ୍ରି ମ୍ୟୁଜିୟମ୍ ନିକଟ ଏକ କୋଠରୀକୁ ସ୍ଥାନାନ୍ତର କରାଯାଇଛି ସିନ୍ଦୁକ ଓ ଆଲମିରା। ଏହାପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର ଏସଓପି ଅନୁସାରେ ଦିନ ୧ଟାରୁ ସ୍ଥାନାନ୍ତରଣ ସରିବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା। ତେବେ ପ୍ରଥମେ ବାହାର ରତ୍ନ ଭଣ୍ଡାର ଓ ପରେ ଭିତର ରତ୍ନ ଭଣ୍ଡାରରୁ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର କରାଯାଥିଲା। ଏଥିସହ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

Exit mobile version