Site icon ଆଜିକାଲି

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରବି ଶାସ୍ତ୍ରୀ

ଭୁବନେଶ୍ୱର – ଓଡ଼ିଶା ଗସ୍ତରେ ଥିବା ପୂର୍ବତନ କ୍ରିକେଟର ତଥା ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍ ଓ ଭାଷ୍ୟକାର ରବି ଶାସ୍ତ୍ରୀ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଭାରତର ପୂର୍ବତନ ଟେଷ୍ଟ କ୍ରିକେଟର କଟକର କୁପୁରସିଂଠାରେ ଏକ ହାଇ ପରଫରମାନ୍ସ କ୍ରିକେଟ ଏକାଡେମୀ ପ୍ରତିଷ୍ଠା ପାଇଁ ଏମଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଆସିଥିଲେ । ରବି ଶାସ୍ତ୍ରୀଙ୍କ କ୍ରିକେଟ କୋଚିଂ ଏକାଡେମୀ ଓ କଟକ ସ୍ଥିତ ଏମଜିଏମ ସ୍କୁଲ ଅଫ୍ ସ୍ପୋର୍ଟସ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି ।

Exit mobile version