Site icon ଆଜିକାଲି

ରାଜଧାନୀ ରାଜରାସ୍ତାରେ ବେପରୁଆ ଗାଡି ଚାଳନା, ୫ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ବେପରୁଆ ଗାଡି ଚଳାଇବା ଘଟଣାରେ ସୋମବାର ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଏହାସହ ୨ଟି ଗାଡିକୁ ମଧ୍ୟ ପୁଲିସ ଜବତ କରିଛି । ଏମାନେ ରୂପାଲି ଛକ ନିକଟରେ ଟ୍ରାଫିକ୍‌ ନିୟମ ଭାଙ୍ଗିଥିଲେ । ୪ଟି କାର୍‌ ବେପରୁଆ ଭାବେ ଗାଡି ଚଳାଇ ଆତଙ୍କ ଖେଳାଇଥିଲେ । ଗୋଟିଏ କାର୍‌ ଫୁଟ୍‌ପାଥ୍‌କୁ ମାଡିଯାଇ ଚାଲୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।

Exit mobile version