Site icon ଆଜିକାଲି

ଅଗଷ୍ଟ ପହିଲାରେ ୬୮୯୧ ଶିକ୍ଷକ ନିଯୁକ୍ତି, କଳିଙ୍ଗ ଷ୍ଟାଡିୟମରେ ହେବ ଓରିଏଣ୍ଟେସନ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଅଗଷ୍ଟ ପହିଲାରେ ରାଜ୍ୟରେ ନିଯୁକ୍ତି ପାଇବେ ୬,୮୯୧ ଶିକ୍ଷକ। କଳିଙ୍ଗ ଷ୍ଟାଡିୟମରେ ହେବ ଓରିଏଣ୍ଟେସନ କାର୍ଯ୍ୟକ୍ରମ। ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ସମସ୍ତଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୬ ହଜାର ୮୯୧ ଜଣ କଳା, ବିଜ୍ଞାନ, ପିଇଟି ଓ ଅନ୍ୟାନ୍ୟ ବିଭାଗର ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ।
ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଅନୁସାରେ ରାଜ୍ୟରେ ଏବେ ୧୧ ହଜାର ୮୦୦ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ଆସନ୍ତା ୧ତାରିଖରେ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଶିକ୍ଷକ ନିଯୁକ୍ତି ପକ୍ରିୟା ଆରମ୍ଭ ହୋଇଛି। ଶିକ୍ଷା କ୍ଷେତ୍ରକୁ ଶସକ୍ତ କରିବା ନିମନ୍ତେ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି।

Exit mobile version