Site icon ଆଜିକାଲି

ଏଣିକି ବାହାର ରାଜ୍ୟରୁ ମେଡିସିନ କିଣିବା ମନା

ଭୁବନେଶ୍ବର : ନକଲି ଔଷଧ କାରବାର ଉପରେ ଲଗାମ ପାଇଁ ପଦକ୍ଷେପ । ଏଣିକି ରାଜ୍ୟ ବାହାରୁ ନିଜ ଆଡୁ କୌଣସି ଔଷଧ ଦୋକାନୀ ଔଷଧ ଆଣିପାରିବେ ନାହିଁ । ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସଂଘର ଏକ ଜରୁରୀ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର ।

ଔଷଧର ନକଲି କାରବାରକୁ ରୋକିବା ପାଇଁ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ନିକଟରେ ଟେଲମା-୪୦ ଓ ଟେଲମା-ଏଚ ଔଷଧର ନକଲି କାରବାର ଘଟଣା ପଦାକୁ ଆସିବା ପରେ ତନାଘନା ହୋଇଥିଲା । ସଂଘର ନିଷ୍ପତ୍ତି କ୍ରମେ ବିଭିନ୍ନ ଔଷଧ କମ୍ପାନୀର ସି ଆଣ୍ଡ ଏଫ୍ ଏଜେଣ୍ଟ ଅଛନ୍ତି । ଦୋକାନୀ କେବଳ ଏଜେଣ୍ଟଙ୍କ ଠାରୁ ଔଷଧ କିଣିପାରିବେ। ତେବେ ଅଧିକ କମିଶନ ଲୋଭରେ ନିଜ ଆଡୁ ରାଜ୍ୟ ବାହାରୁ କୌଣସି ଔଷଧ ଆଣିପାରିବେ ନାହିଁ । ଏନେଇ ସଂଘ ପକ୍ଷରୁ ରାଜ୍ୟର ସମସ୍ତ ଔଷଧ ଦୋକାନୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।

Exit mobile version