Site icon ଆଜିକାଲି

ପୁରୀରେ କାର୍ତ୍ତିକ ବ୍ରତ ପାଇଁ ଆଜିଠୁ ହବିଷ୍ୟାଳୀଙ୍କ ପଞ୍ଜୀକରଣ, ୨୯ ଯାଏଁ ଚାଲିବ ପ୍ରକ୍ରିୟା

ପୁରୀ : କୋରୋନା ମହାମାରୀ ପାଇଁ ଦୁଇବର୍ଷ ବନ୍ଦ ରହିଥିବା ହବିଷିଆଳି ଯୋଜନା ପୁଣି ଆରମ୍ଭ ହେବାକୁ ଯାଉଛି । ଚଳିତବର୍ଷ ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି । ବ୍ରତ ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଆଗ୍ରହୀ ମା’ମାନେ ଆଜିଠୁ ଆସନ୍ତା ୨୯ ତାରିଖ ମଧ୍ୟରେ ପଞ୍ଜୀକରଣ କରିପାରିବେ ।

www.puri.nic.in ସାଇଟ୍‍କୁ ଯାଇ ଫର୍ମ ପୂରଣ କରି ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କୁ oritourpuri@gmail.com ରେ ଅନ୍‍ଲାଇନରେ ବା ଅଫ୍‍ଲାଇନରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିପାରିବେ। ଦରଖାସ୍ତକାରୀଙ୍କ ନାମ, ବୟସ, ସ୍ଥାୟୀ ଓ ବର୍ତ୍ତମାନ ଠିକଣା, ଯୋଗାଯୋଗ ନମ୍ବର ବା ମେଲ୍‍ ଆଇଡି, ଜରୁରୀ ଆବଶ୍ୟକତା ପାଇଁ ସମ୍ପର୍କୀୟଙ୍କ ଯୋଗାଯୋଗ ନମ୍ବର, ଆଧାର ବା ଭୋଟର ପରିଚୟପତ୍ର ନମ୍ବର, ଆବେଦନପତ୍ରରେ ଗୋଟିଏ ଏବଂ ଅନ୍ୟ ଦୁଇଟି ପାସ୍‍ପୋର୍ଟ ସାଇଜ ଫଟୋ ସହ ଆବେଦନ କରିପାରିବେ। ଆବେଦନକାରୀ ଡବଲ ଡୋଜ୍‍ ଟିକା ନେଇଥିବା ଜରୁରୀ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Exit mobile version