Site icon ଆଜିକାଲି

ମୃତକଙ୍କ ସମ୍ପର୍କୀୟଙ୍କୁ ଏମ୍ସ ଆସିବାକୁ ପରାମର୍ଶ, ପୂର୍ବତଟ ରେଲୱେ ପକ୍ଷ‍ରୁ ସୂଚନା

ଭୁବନେଶ୍ୱର : ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକ ମାନଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଭୁବନେଶ୍ୱର ଏମ୍ସରେ ପହଞ୍ଚିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି l ୨୮୮ ଜଣ ମୃତକଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୨୦୫ ଜଣଙ୍କ ମୃତଦେହ ଚିହ୍ନଟ ହୋଇଥିବା ବେଳେ ଅନ୍ୟମାନଙ୍କ ପରିଚୟ ଖୋଜିବା ପାଇଁ ଏବେବି କାର୍ଯ୍ୟ ଜାରି ରହିଛି ।

ତେବେ ଏପରି ପରିସ୍ଥିତିରେ ଭୁବନେଶ୍ବର ଏମ୍ସରେ ମୃତକଙ୍କ ପରିଚୟ ପହଞ୍ଚିବାକୁ ପୂର୍ବତଟ ରେଲୱେ ପକ୍ଷ‍ରୁ ସୂଚନା ଦିଆଯାଇଛି। ଭୁବନେଶ୍ବର ଏମ୍ସକୁ ୩୯ଟି ମୃତଦେହ ଅଣାଯାଇଛି। କ୍ୟାପିଟାଲ ହସ୍ପିଟାଲ, ସମ୍ ହସ୍ପିଟାଲ , କିମ୍ସ, ହାଇଟେକ ହସ୍ପିଟାଲ ଏବଂ ଆମ୍ରି ହସ୍ପିଟାଲରୁ ମୃତଦେହ ଗୁଡ଼ିକ ଅଣାଯାଇ ଏମ୍ସରେ ରଖାଯାଇଛି । ୩୯ଟି ମୃତଦେହକୁ କଣ୍ଟେନରରେ ରଖାଯାଇଛି। ୭୧ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Exit mobile version