Site icon ଆଜିକାଲି

ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା କୃଷିଯନ୍ତ୍ରପାତି କିଣାରେ ଚାଷିଙ୍କ ଅର୍ଥ ହଡ଼ପ୍ କରିବା ଅଭିଯୋଗ ଘଟଣା, ବିଧାୟକଙ୍କୁ ବିଜେଡ଼ିରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବାଲେଶ୍ୱର ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା କୃଷିଯନ୍ତ୍ରପାତି କିଣାରେ ଚାଷୀଙ୍କ ଟଙ୍କା ହେରଫେର କରିବା ଅଭିଯୋଗ ଘଟଣାରେ ଆଜି ବିଜେଡ଼ିରୁ ବହିଷ୍କୃତ ହୋଇଛନ୍ତି । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ଏହି ସମ୍ବାଦ ଜଣା ପଡ଼ିବା ପରେ ରେମୁଣା ନିର୍ବାଚନ ମଣ୍ଡଳୀ ଜିଲ୍ଲା ରାଜନୀତିରେ ହଟଚମଟ ସୃଷ୍ଟି କରିଛି ।
ସୁଧାଂଶୁ ଶେଖର ପରିଡ଼ା ୨୦୧୯ ନିର୍ବାଚନରେ ବିଜେଡ଼ିରୁ ଟିକେଟ୍ ପାଇ ରେମୁଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ପରବର୍ତି ସମୟରେ ସେ କୃଷି ଯନ୍ତ୍ରପାତି କିଣାବିକା ଦୁର୍ନିତି ଅଭିଯୋଗରେ ଛନ୍ଦି ହୋଇ ଯାଇଥିଲେ । ଅନ୍ୟପଟେ ଶ୍ରୀପରିଡ଼ା ବିଧାୟକ ହେବା ଆଗରୁ ନିଗମାନନ୍ଦ ଆସୋସିଏଟ୍ର ପାର୍ଟନର ଥିଲେ । ୨୦୧୭ ମସିହାରୁ ୨୦୨୦ ମସିହା ମଧ୍ୟରେ କୃଷକ ମାନଙ୍କୁ ଯନ୍ତ୍ରପାତି ବିକ୍ରୀ କରି ୩ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ସବସିଡ଼ି ଅର୍ଥ ହେରଫେର କରିବା ତାଙ୍କ ନାଁରେ ଅଭିଯୋଗ ଆସିଥିଲା । ଏନେଇ ଲୋକାୟୁତରେ ମଧ୍ୟ ମାମଲା ବି·ରଧିନ ରହିଛି । ତେବେ ଦଳରୁ ବହିଷ୍କୃତ ହେବା ପରେ ପ୍ରତିକ୍ରୀୟା ରଖିଛନ୍ତି ବିଧାୟକ ସୁଧାଂଶୁ ଶେଖର ପରିଡ଼ା । ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ନିଷ୍ପତିକୁ ମୁଣ୍ଡପାତି ସହିନେବେ ବୋଲି କହିଛନ୍ତି । ସେହିପରି ବିଧାୟକ ହେବା ପୂର୍ବରୁ ପରେ ସେ ରେମୁଣା ନିର୍ବାଚନ ମଣ୍ଡଳୀର ବିକାଶ ଦିଗରେ ଗୁରୁତ୍ୱ ଦେଇ ଆସିଛନ୍ତି । ଦଳ ବିରୋଧରେ କୌଣସି କାର୍ଯ୍ୟ କରିନଥିବା ବେଳେ ନିଜ ନିର୍ବାଚନ ମଣ୍ଡଳୀର ପ୍ରଗତିରେ ବାଧକ ସାଜି ନାହାନ୍ତି । ସତ୍ୟ ଓ ନ୍ୟାୟର ସର୍ବଦା ବିଜୟ ହୋଇଛି ଓ ହେବ ବୋଲି ବିଧାୟକ ମତପୋଷଣ କରିଥିଲେ ।

Exit mobile version