Site icon ଆଜିକାଲି

ବୁର୍ଲା ଏସଏନସିୟୁ ବିଭାଗରେ ବୋଲୱେଲରୁ ଉଦ୍ଧାର ନବଜାତକ, ଆଜି କରାଯିବ ରକ୍ତ ପରୀକ୍ଷା

ସମ୍ବଲପୁର : ବୋଲୱେଲରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟାକୁ ବୁର୍ଲା ଏସଏନସିୟୁ ବିଭାଗରେ ଭର୍ତ୍ତି କରାଯାଇଛି । ଆଜି ଶିଶୁଟିର ସମସ୍ତ ପ୍ରକାର ରକ୍ତ ପରୀକ୍ଷା କରାଯିବ ବୋଲି ସୂଚନା ଦେଲେ ମେଡିକାଲ କର୍ତ୍ତୃପକ୍ଷ । ଏହି ଶିଶୁ ଉତ୍ତମ ଚିକିତ୍ସା ପାଇଁ ୧୦ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଛି । ଗତକାଲି(ମଙ୍ଗଳବାର) ଶିଶୁଟିକୁ 6 ଘଣ୍ଟାର ରେସକ୍ୟୁ ଅପରେସନ ପରେ ଉଦ୍ଧାର କରାଯାଇଥିଲା ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ନବଜାତ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଛୁଆଟି ବୋରୱେଲରେ ପଡ଼ିଥିବା ଜଣାପଡ଼ିବାର ସାଢ଼େ ୬ ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଛି। ଉଦ୍ଧାର ହେବା ପରେ ଛୁଆଟିକୁ ଡାକ୍ତରଖାନା ନିଆଯାଇଛି ।

Exit mobile version