Site icon ଆଜିକାଲି

ଆଜିଠୁ ଓଡ଼ିଶା ଉପକୂଳରେ ମାଛଧରା ଉପରେ କଟକଣା

ଭୁବନେଶ୍ୱର : ଆଜିଠାରୁ ବଙ୍ଗୋପସାଗରରେ ମାଛଧରା ଉପରେ ନିଷେଧାଦେଶ ଜାରି ହୋଇଛି । ଆଜିଠୁ ଜୁନ୍ ୧୪ ତାରିଖ ଯାଏ ଓଡ଼ିଶା ଉପକୂଳ ସମେତ ଦେଶର ପୂର୍ବତଟ ରାଜ୍ୟଗୁଡିକରେ ମାଛଧରା ଉପରେ ଲାଗୁ ହୋଇଛି କଟକଣା।

ମତ୍ସ୍ୟ ପ୍ରଜନନ, ସଂରକ୍ଷଣ ଏବଂ ସାମୁଦ୍ରିକ ନିରାପତ୍ତା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ନିଷେଧାଦେଶ ଜାରି କରିଛନ୍ତି। ଅଣଯନ୍ତ୍ରଚାଳିତ ପାରମ୍ପରିକ ଡଙ୍ଗାକୁ କେନ୍ଦ୍ର ସରକାର ମାଛ ଧରିବା ପାଇଁ ଅନୁମତି ଦେଇଥିବା ବେଳେ ଓଡ଼ିଶା ସରକାର ୮.୫ ମିଟର ଲମ୍ବରୁ ଛୋଟ ଆକାରର ଉଭୟ ଯନ୍ତ୍ରଚାଳିତ ଓ ଅଣଯନ୍ତ୍ରଚାଳିତ ଡଙ୍ଗାକୁ ଅନୁମତି ଦେଇଛନ୍ତି। ହେଲେ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଟ୍ରଲର ମାଲିକ ଓ କର୍ମଚାରୀ ସମ୍ମତ ହୋଇନାହାନ୍ତି।

Exit mobile version