Site icon ଆଜିକାଲି

ମୂର୍ତ୍ତି ଉଚ୍ଚତାକୁ ନେଇ କଟକଣା: ନିୟମ ଉଲ୍ଲଂଘନ କଲେ ୭ ହଜାର ଯାଏ ଜରିମାନା

ଭୁବନେଶ୍ୱର : ମୂର୍ତ୍ତି ନିର୍ମାଣରେ ବିବାଦ ପରେ ଏବେ ମୂର୍ତ୍ତି ଉଚ୍ଚତାକୁ ନେଇ କଟକଣା । ମଣ୍ଡପରେ ପୂଜା ପାଇବାକୁ ଥିବା ମୂର୍ତ୍ତି ଗୁଡ଼ିକର ଉଚ୍ଚତା ୨୦ ଫୁଟ ରହିବ । ମେଢ ସହ ମୂର୍ତ୍ତିର ଉଚ୍ଚତା ୪୦ ଫୁଟ କରାଯାଇପାରିବ । ପୂଜା ମଣ୍ଡପ ଗୁଡିକ ଯେତେଦୂର ସମ୍ଭବ ଛୋଟ ମୂର୍ତ୍ତି ନିର୍ମାଣ କରିବା ପାଇଁ ପଦକ୍ଷେପ ନେବେ । ପାର୍ବଣ ଋତୁ ଆରମ୍ଭରୁ ରାଜ୍ୟ ସରକାରଙ୍କ ‘ଓଡ଼ିଶା ପ୍ରିଭେନ୍ସସନାଲ ଆଣ୍ଡ କଣ୍ଟ୍ରୋଲ ଅଫ୍ ୱାଟର ପଲ୍ୟୁସନ ରୁଲ୍ସ-୨୦୧୧’ ଆଧାରରେ କଟକଣା ଲଗାଯାଇଛି । ରାଜ୍ୟ ପ୍ରଦୂଷଣ ବୋର୍ଡର ଏପରି ନିୟମାବଳୀକୁ ନେଇ ଚିନ୍ତା ବଢି ଯାଇଛି ।

ନିୟମ ଉଲ୍ଲଂଘନ କଲେ ୭ ହଜାର ଟଙ୍କା ଯାଏଁ ଜରିମାନ ଦେବାକୁ ପଡ଼ିବ । ପଞ୍ଚାୟତସ୍ତରରେ ଥିବା ପୂଜା କମିଟିକୁ ୩ ହଜାର, ମ୍ୟୁନିସିପାଲିଟି ଓ ଏନ୍ଏସି ଅଞ୍ଚଳର ପୂଜା କମିଟିକୁ ୫ ହଜାର ଦେବାକୁ ପଡ଼ିବ । ସେହିପରି ମହାନଗର ନିଗମ ଅଞ୍ଚଳର ପୂଜା କମିଟି ଗୁଡ଼ିକ ଲାଗି ୭ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ । ପାର୍ବଣକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି ।

Exit mobile version