Site icon ଆଜିକାଲି

ଲୋକାର୍ପିତ ହେଲା ଅବସରପ୍ରାପ୍ତ ଚିକିତ୍ସକ ଡା. ଶ୍ରୀକାନ୍ତ ମହାନ୍ତିଙ୍କ ପୁସ୍ତକ ‘ଦାୟୀ କିଏ’ ଏବଂ ‘ସୌଭାଗ୍ୟଲକ୍ଷ୍ମୀ’

ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅମରିଆ ଅଞ୍ଚଳର ଅବସରପ୍ରାପ୍ତ ଚିକିତ୍ସକ ଡା. ଶ୍ରୀକାନ୍ତ ମହାନ୍ତିଙ୍କ ଦୁଇଟି ପୁସ୍ତକ ‘ଦାୟୀ କିଏ’ ଏବଂ ‘ସୌଭାଗ୍ୟଲକ୍ଷ୍ମୀ’ ଲୋକାର୍ପିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରବିବାର ଦିନ ଅମରିଆସ୍ଥିତ ଶ୍ରୀ ମହାନ୍ତିଙ୍କ ମାମୁଁ ଘରେ ଲୋକାର୍ପଣ ଉତ୍ସବ ଆୟୋଜିତ ହୋଇଥିଲା ।
ମାୟାଧର ନାୟକଙ୍କ ପୌରୋହିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଡ. ରମାକାନ୍ତ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଡା. ମହାନ୍ତିଙ୍କ ରଚିତ ପୁସ୍ତକ ଗୁଡ଼ିକ ବେଶ୍ ପାଠକୀୟ ଆଦ୍ରୁତ ଲାଭ କରିବ ବୋଲି ଆଶାବ୍ୟକ୍ତ କରିଥିଲେ । ସୁବର୍ଣ୍ଣଶ୍ରୀ ପ୍ରକାଶିନୀର ମୁଖ୍ୟ କବି କାଳୀପଦ ପଣ୍ଡା ମୁଖ୍ୟବକ୍ତା ଏବଂ ବିଶିଷ୍ଟ ସମାଜସେବୀ ତଥା ଦୈନିକ ସମ୍ବାଦପତ୍ର ‘ଆଜିକାଲି’ର ପରିଚାଳନା ସମ୍ପାଦକ ଲକ୍ଷ୍ମୀ ନାରାୟଣ ମହାନ୍ତି, ପ୍ରଫେସର ଉମେଶ ଚନ୍ଦ୍ର ନାୟକ, ଡ. ବ୍ରଜ ମୋହନ ମିଶ୍ର, ଅଧ୍ୟାପକ ମନୀନ୍ଦ୍ର ଦୀକ୍ଷିତ୍‌, କିଶୋର ଚନ୍ଦ୍ର ଦାସ, ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରୀକାନ୍ତ ମହାନ୍ତିଙ୍କ ରଚିତ ପୁସ୍ତକ ଦୁଇଟିରେ ବୋଧଗମ୍ୟ ଶବ୍ଦକୁ ଉଚ୍ଚ ପ୍ରଶଂସା କରିଥିଲେ । ଡ. ଶଚୀନ୍ଦ୍ର ରାଉଳ ଏବଂ କୈଳାସ ଚନ୍ଦ୍ର ପୃଷ୍ଟି ପୁସ୍ତକ ଦୁଇଟିର ସମୀକ୍ଷା କରିଥିଲେ । ଡା. ଶ୍ରୀକାନ୍ତ ମହାନ୍ତି ନିଜର ଲେଖକୀୟ ଅନୁଭୁତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଜଣେ ସୁନାମଧନ୍ୟ ଚିକିତ୍ସକ ଭାବେ ସେ ପ୍ରଶଂସା ସାଉଁଟି ଥିବା ବେଳେ ବର୍ଷକ ତଳେ କାର୍ଯ୍ୟରୁ ଅବସର ଗ୍ରହଣ କରିବା ପରେ ଏହି ଦୁଇଟି ପୁସ୍ତକ ରଚନା କରିଥିଲେ । ଡା. ଶ୍ରୀ ମହାନ୍ତିଙ୍କ ଦୁଇ ମାଇଁ ଶାନ୍ତିଲତା ମହାନ୍ତି ଏବଂ ଜୟନ୍ତୀଲତା ମହାନ୍ତି ଏହି ଦୁଇଟି ପୁସ୍ତକକୁ ଲୋକାର୍ପଣ କରିଥିଲେ । ଏଥିରେ ବହୁ ସାରସ୍ୱତ ସାଧକ, ଶିକ୍ଷାବିତ୍ ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଶିକ୍ଷକ ହରିହର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏଥିରେ ବହୁ ସୁନାମଧନ୍ୟ କଣ୍ଠଶିଳ୍ପୀ ଯୋଗ ଦେଇଥିଲେ ।

Exit mobile version