Site icon ଆଜିକାଲି

ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କଲେ ଅଲ ଓଡ଼ିଶା ଅନୁଦାନ ପ୍ରାପ୍ତ ଅବସର ଶିକ୍ଷକ ଓ କର୍ମଚାରୀ ସଂଘ

କେନ୍ଦୁଝର, (ନିପ୍ର) ଓଡିଶା ରେ ସମସ୍ତ ପ୍ରାଇଭେଟ ସ୍କୁଲ କୁ ୨୦୦୪ ରେ ବ୍ଳକ ଗ୍ରାଣ୍ଟ କରାଯିବା ପରେ ୨୦୨୨ ରେ ଗ୍ରାଣ୍ଟ ଇନ୍ ଏଡ଼୍ ବ୍ୟବସ୍ଥା ଲାଗୁ କରି ସପ୍ତମ ବେତନ କମିସନ୍ ଲାଗୁ କରାଯାଇଥିଲା, କିନ୍ତୁ ୨୦୦୪ ରୁ ବ୍ଳକ୍ ଗ୍ରାଣ୍ଟ ପାଇଥିବା ଶିକ୍ଷକ ଅବସର ନେବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ପେନ୍‌ସନ ଓ ଗ୍ରାଚୁଟି ପାଇଁ ଅନେକ ଥର ସରକାରୀ ସ୍ତରରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଜିଲାର ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ ରାଲି ରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବା ସହ ଏଥର ସରକାର ଦାବି ପୁରଣ ନକରନ୍ତି ରାଜରାସ୍ତା କୁ ଓହ୍ଲାଇବା ପାଇଁ ସଂଘ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ସଂଘର ସଭାପତି ଅନିରୁଦ୍ଧ ସାହୁ ।

Exit mobile version