Site icon ଆଜିକାଲି

ବର୍ଷା ଜନିତ ସ୍ଥିତିର ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଭୁବନେଶ୍ୱର : ମାଲକାନଗିରି ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଉତ୍ପନ୍ନ ହୋଇଥିବା ସ୍ଥିତି ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ସମୀକ୍ଷା କରିଛନ୍ତି। ପୁରୀ ଠାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଏ ସମ୍ପର୍କରେ ସେ ସମୀକ୍ଷା କରିବା ସହ ଏସଆରସି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଏ ସମ୍ପର୍କରେ ସମୀକ୍ଷା କରିଥିବା ଜଣାପଡିଛି

ସୂଚନା ଅନୁଯାୟୀ, ଯେଉଁ ଜାଗାରେ ଜଳ ସ୍ଥର ବଢ଼ିବାର ସମ୍ଭାବନା ଅଛି, ସେ ସବୁ ଜାଗାରୁ ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ରହିବା ଏବଂ ଭୋଜନ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ସଜାଗ ରହିବାକୁ ଏସ ଆର ସି, ରାଜସ୍ୱ ବିଭାଗ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।ଉଚ୍ଚ ସ୍ଥାନରେ ଲୋକ ମାନଙ୍କର ରହିବା ଏବଂ ଭୋଜନ ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

FacebookTwitterLinkedinWhatsapp
Exit mobile version