Site icon ଆଜିକାଲି

୭ ଦିନ ମଧ୍ୟରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ୭ ଦିନ ଭିତରେ ବନ୍ୟା କ୍ଷୟକ୍ଷତିର ରିପୋର୍ଟ ଦେବା ପାଇଁ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ କେତେ ଚାଷ ଜମି ନଷ୍ଟ ହୋଇଛି ଓ କେତେ ଘର ଭାଙ୍ଗିଛି , ତାହାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ । ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ବିଭାଗ କ୍ଷୟକ୍ଷତିର ପ୍ରାଥମିକ ଆକଳନ ଆରମ୍ଭ କରିଛନ୍ତି । ରିଲିଫ କୋଡ୍ ଅନୁସାରେ ରିପୋର୍ଟ ଆସିବାର ୧୫ ଦିନ ଭିତରେ ଘର ଭଙ୍ଗା ଓ ଫସଲ କ୍ଷତି ସହାୟତା ରାଶି ଯୋଗାଇ ଦିଆଯିବ ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଣି ଛାଡ଼ିବାର ୭ ଦିନ ଭିତରେ କ୍ଷୟକ୍ଷତି ଆକଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ନିର୍ଦ୍ଦେଶ ଅନୁସାରେ ଆକଳନ ଆରମ୍ଭ କରାଯାଇଥିବା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । ବନ୍ୟାରେ ୧୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ।

Exit mobile version