Site icon ଆଜିକାଲି

ଜାତିଗତ ପ୍ରମାଣ ପତ୍ର ପାଇଁ ନେଇଥିଲେ ଲାଞ୍ଚ, ଭିଡିଓ ଭାଇରାଲ ପରେ ନିଲମ୍ବିତ ହେଲେ ଆରଆଇ

ଧାମନଗର : ଧାମନଗର ତହସିଲ ଅନ୍ତର୍ଗତ ଦଳାଙ୍ଗ ରାଜସ୍ବ ନିରୀକ୍ଷକ ତାପସ ରଞ୍ଜନ ଜେନା ନିଲମ୍ବିତ । ଜାତିଗତ ପ୍ରମାଣ ପତ୍ର ପାଇଁ ରାଜସ୍ୱ ନିରୀକ୍ଷକ ଶ୍ରୀ ଜେନା ୫୦୦ ଟଙ୍କା ଲାଞ୍ଚ ନେଉଥିବାର ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ସୂଚନା ଯେ, ଜାତିଗତ ପ୍ରମାଣପତ୍ର ଦେବାକୁ ୫୦୦ ଟଙ୍କା ଲାଞ୍ଚ ମାଗୁଥିଲେ ରାଜସ୍ୱ ନିରୀକ୍ଷକ ଶ୍ରୀ ଜେନା । ଏନେଇ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଭଡିଓରେ ସେ କହିଥିଲେ ଜଣେ ସରକାରୀ ଅଧିକାରୀଙ୍କ ମୁଣ୍ଡ କଣ ୨୦୦ ଟଙ୍କା କି ? କାମ ନେବ, ୨୦୦ ଦେବ କେମିତି”? ଏପରି କହି ଜାତିଗତ ପ୍ରମାଣପତ୍ର ପାଇଁ ଆସିଥିବା ହିତାଧିକାରୀଙ୍କ ସହ ଡିଲ୍‌ କରୁଥିଲେ ଆର୍‌ଆଇ ଶ୍ରୀ ଜେନା।

Exit mobile version