Site icon ଆଜିକାଲି

କ୍ରିକେଟ ମ୍ୟାଚରେ ଗଣ୍ଡଗୋଳ ଓ ହତ୍ୟା ମାମଲା, ୪ ଅଭିଯୁକ୍ତ ଗିରଫ

କଟକ : ଚୌଦ୍ବାର ମହିଷାଲଣ୍ଡା ଗାଁରେ ଏକ କ୍ରିକେଟ ମ୍ୟାଚରେ ଗଣ୍ଡଗୋଳ ଓ ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏମାନଙ୍କୁ ଚୌଦ୍ବାର ଥାନାରେ ରଖାଯାଇ ପଚରାଉଚରା ଜାରି ରହିଛି ।

ସୂଚନା ଯେ, ରବିବାର ଚୌଦ୍ବାର ଥାନା ଅନ୍ତର୍ଗତ ମହିଷାଲଣ୍ତାଠାରେ କ୍ରିକେଟ ମ୍ୟାଚ ବେଳେ ଅମ୍ପାୟାରଙ୍କ ନୋ-ବଲ ସିଗ୍ନାଲ ନେଇ ଦୁଇପକ୍ଷ ମଧ୍ୟରେ ମାଡ଼ପିଟ ହୋଇଥିଲା । ଗଣ୍ଡଗୋଳ ମଧ୍ୟରେ ୨୨ ବର୍ଷିୟ ଲକି ରାଉତଙ୍କୁ ଛୁରା ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୪ଜଣ ଅଭିଯୁକ୍ତଙ୍କ ଭିତରୁ ଜଣକୁ ଗତକାଲି ପୋଲିସ ଅଟକ ରଖିଥିବା ବେଳେ ଅନ୍ୟ ୩ଜଣ ଫେରାର୍ ହୋଇଯାଇଥିଲେ। ସେମାନଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

Exit mobile version