Site icon ଆଜିକାଲି

ଦୁର୍ଘଟଣା ରେ ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀ ର ଜୀବନ

କେନ୍ଦୁଝର, ଆଜି ଶ୍ରାବଣ ମାସର ଶେଷ ସୋମବାର ଥିବା ବେଳେ ଶୈବ ପୀଠ ରେ ଜଳାଭିଷେକ କରି ଫେରୁଥିବା ବେଳେ ଦୁର୍ଘଟଣା ର ସମ୍ମୁଖୀନ ହୋଇଥିଲେ ସ୍ୱାମୀ ସ୍ତ୍ରୀ । ମୃତକ ମହିଳା ହେଲେ ପାଟଣା ବ୍ଲକ୍ ଅଞ୍ଚଳ ପଦ୍ମକେଶରୀ ପୁର ର ଖୁଲଣା ମହାନ୍ତ ଗୁରୁତର ସ୍ଵାମୀ ହେଲେ ଭରଦ୍ବାଜ ମହାନ୍ତ । କେନ୍ଦୁଝର ୪୯ ନମ୍ବର ଜାତୀୟ ରାଜପଥ ର ଡଙ୍ଗାପାଣି ନିକଟ ରେ ମୋଟର ସାଇକେଲ ଉପରେ ଚଢିଗଲା ଟ୍ରକ୍ ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର । ଆଜି ଦିନ ପ୍ରାୟ ୧.୨୦ ମିନିଟ ସମୟରେ ଏକ ସ୍ଵାମୀ ସ୍ତ୍ରୀ ଏକ ମୋଟର ସାଇକେଲରେ କେନ୍ଦୁଝର ଆଡକୁ ଆସୁଥିବା ବେଳେ ଏକ ଆଇରନ ବୋଝେଇ ଟ୍ରକ ଆସି ପଛ ପଟୁ ଧକ୍କା ଦେଇ ଥିଲା । ସ୍ତ୍ରୀ ଲୋକଟି ତଳେ ପଡି ଯିବା ପରେ ଟ୍ରକ ଚକା ଟି ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ଓ ସ୍ଵାମୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି ।

Exit mobile version