Site icon ଆଜିକାଲି

•ଅଧାରେ ରହିଗଲା ତାରିଣୀ ଦର୍ଶନ •୧୨ଜଣ ଗୁରୁତର ଟ୍ରକ୍ ପଛରେ ପିଟିହେଲା ଟାଟାୱିଙ୍ଗର୮ ପର୍ଯ୍ୟଟକ ମୃତ

କେନ୍ଦୁଝର, କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବାଲିଯୋଡା ଗ୍ରାମ ନିକଟରେ ଛିଡା ହୋଇଥିବା ଟ୍ରକ ପଛରେ ଆଜି ସକାଳ ୫ଟାବେଳେ ଟାଟାୱିଙ୍ଗର ପର୍ଯ୍ୟଟକ ଗାଡି ପିଟି ହୋଇଛି।ଫଳରେ ଘଟଣାସ୍ଥଳରେ ୮ ପର୍ଯ୍ୟଟକ ଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ଜଣ ଗୁରୁତର ହୋଇଛନ୍ତି।ମୃତକମାନେ ହେଲେ ପାଟପୁର ଗଞ୍ଜାମ ଥାନା ଅନ୍ତର୍ଗତ ପୋଡାମାରି ଗ୍ରାମର ମୀତା ପ୍ରଧାନ(୪୮),ଆକାଶ ପ୍ରଧାନ(୨୮),ଦିଗପହଣ୍ତି ଗଞ୍ଜାମ ଥାନ୍ତର୍ଗତ ଦେଖାଳି ଗ୍ରାମର ବାବୁଲା ଗୈାଡ(୫୦),ବଟଗଡ ଗ୍ରାମର ମଦନ ଗୈାଡ(୪୦),ବାୟାଘନ ଗୈାଡ(୬୫),ପାଲଝଡି ଗ୍ରାମର ପମିନୀ ଗୈାଡ(୪୦),ପାଟପୁର ଗ୍ରାମର ଲିଜା ପ୍ରଧାନ(୨୬),ବଡଗଡ ଗ୍ରାମ ରୁଦ୍ର ଗୈାଡ(୪)। ଗୁରୁତର ମାନେହେଲ ପଟାବାରୀ ଥାନା ଅନ୍ତର୍ଗତ ଓହାଗୋଡା ଗ୍ରାମର ହରିଓମ୍ ଗୈାଡ(୧୭),କୁନା ଗୈାଡ(୩୦),ଝୁମୁରି ଗୈାଡ(୨୭),ସ୍ୱରାଜ ଗୈାଡ(୫),ସାଲିନୀ ଗୈାଡ(୬),ଗଞ୍ଜାମ ଜିଲା ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମର ବାସନ୍ତି ଗୈାଡ(୨୫),ଚିନ୍ମୟ ଗୈାଡ(୧୮),ରଞ୍ଜିତା ଗୈାଡ(୧୩),ଗଞ୍ଜାମ ପଟାବାରୀ ଥାନା ଅନ୍ତର୍ଗତ ଓତାଗୋଡା ଗ୍ରାମର ମାମା ଗୈାଡ(୨୩),କ୍ରିଷ୍ଣା ଗୈାଡ(୨),ଗଞ୍ଜାମ ଜିଲା ଦିଗପହଣ୍ତି ଥାନା ଅନ୍ତର୍ଗତ ତଳଝରୀ ଗ୍ରାମର ସନ୍ତୋଷିନୀ ଗୈାଡ(୧୮)।ତୁରନ୍ତ ମୃତ ଓ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଛି।୧୧ଜଣ ଗୁରୁତରଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା। ଚିକିତ୍ସା ପରେ ହରିଓମ,କୁନା,ସାଲିନୀ,
ସନ୍ତୋଷିନୀ,ଝୁମୁରୀ ୬ ଜଣ ଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ତୁରନ୍ତ ଡାକ୍ତର କଟକ ମେଡିକାଲ କୁ ସ୍ଥାନାନ୍ତରିତ କରିଛନ୍ତି। ଘଟଗାଁ ପୁଲିସ ପହଞ୍ଚି ମୃତ ଶବ ଏବଂ ଦୁର୍ଘଟଣା ଗ୍ରସ୍ତ ଗାଡି ଜବତ କରି ତଦନ୍ତ ଜାରି ରଖିଛି।ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ଅନ୍ୟଜଣେ ଙ୍କୁ ଘଟଗାଁ ମେଡିକାଲ ରୁ କଟକ ସ୍ଥାନାନ୍ତରିତ କରାଯାଇଛି ।ଦିଗପହଣ୍ଡି ଅଞ୍ଚଳରେ ଦୁର୍ଘଟଣା ଖବର ପହଞ୍ଚିବା ପରେ ପରିବାରରେ କାନ୍ଦ ବୋବାଳି ରେ ଫାଟି ପଡୁଛି । ଦୁଃଖଦ ସମୟରେ ପୁରା ଗାଁ ସ୍ତବ୍ଧ ହୋଇଯାଇଛି । ଏହି ଦୁର୍ଘଟଣାରେ ଘଟଗାଁ ଥାନାରେ ୮ଟି ଦୁର୍ଘଟଣା ଜନିତ ମାମଲା ରୁଜୁ ହୋଇଛି । କେନ୍ଦୁଝର ମେଡିକାଲରେ ଶବ ବ୍ୟବଛେଦ ପରେ ମୃତଦେହ ପରିବାର ଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ତାରିଣୀ ଦର୍ଶନ ପାଇଁ ଟାଟାୱିଙ୍ଗର ଗାଡିରେ ୨୧ଜଣ ଘଟଗାଁ ଆସୁଥିବାବେଳେ ଏହି ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି। ଦୁର୍ଘଟଣା କଥା ଜାଣିବାପରେ ତତ୍ପର ହୋଇଉଠିଥିଲା କେନ୍ଦୁଝର ଜିଲ୍ଲା ପ୍ରଶାସନ । ନିଜେ ଜିଲ୍ଲାପାଳ ଆଶିଷ ଠାକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚି ଦୁର୍ଘଟଣା ରେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କ ଚିକିତ୍ସା ବିଷୟରେ ବୁଝିବା ସହିତ ଡାକ୍ତର ମାନଙ୍କ ସହିତ ଆଲୋଚନା କରିଥିଲେ । ଦୁର୍ଘଟଣା ରେ ମୃତକ ଙ୍କ ପରିବାର କୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ପ୍ରତି ମୃତକଙ୍କ ପରିବାରକୁ ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Exit mobile version