Site icon ଆଜିକାଲି

ସଡ଼କ ମଧ୍ୟରେ ଗର୍ତ୍ତ,ଯୋଗାଯୋଗ ବିଛିନ୍ନ ହେବ ଦୁଇ ପଞ୍ଚାୟତ

ନବରଙ୍ଗପୁର, (ସରୋଜ କୁମାର ବେହେରା) ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ଵାରା ଗମନା ଗମନ ପାଇଁ ସୁଧାର ଆଣିବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାରେ ଲାଗିଛି ପକ୍କା ସଡ଼କ। କିନ୍ତୁ ଠିକାଦାର ତଥା ଭ୍ରଷ୍ଟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ କାର୍ଯ୍ଯ ନିମ୍ନ ମାନର ରାସ୍ତା ନିର୍ମାଣ ଯୋଗୁଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଜନ ସାଧାରଣ। ନବରଙ୍ଗପୁରସହର ଠାରୁ ମାତ୍ର ଅଳ୍ପ ଦୂରରେ ରହିଛି ନୂଆଁଗଡ। ଏହି ଗ୍ରାମ ନନ୍ଦହାଣ୍ଡି ବ୍ଲକ୍ ଅଧୀନରେ ଆସୁଥିବା ବେଳେ ଏହି ଗ୍ରାମ ନିକଟରେ ରାସ୍ତାର ଏକ ଶଙ୍ଖ ନିକଟରେ ବିରାଟକାୟ ଗର୍ତ୍ତ ସୃଷ୍ଠି କରି ଧସେଇ ପଶିଛି। ଯେ କୌଣସି ମୁହୂର୍ତ୍ତରେ ଏହି ରାସ୍ତାରେ ଯିବା ଆସିବା କରୁଥିବା ଯାତ୍ରୀ, ବିଦ୍ୟାର୍ଥିଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ ଏଥିରେ ତିଳେହେଁ ସନ୍ଦେହ ନାହିଁ। କିନ୍ତୁ ଏହି ସଡ଼କ ଭାଙ୍ଗି ଯିବା ଏକ ସପ୍ତାହରୁ ଉର୍ଦ୍ଧ୍ଵ ସମୟ ହେବା ପରେ ମଧ୍ଯ କୌଣସି ବିଭାଗୀୟ ଅଧିକାରୀ ମାନେ ଏଥି ପ୍ରତି ଦୃଷ୍ଟି ନ ଦେବା ଯୋଗୁଁ ସାଧାରଣ ଜନତା ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏହି ରାସ୍ତା ତୁରନ୍ତ ମରାମତି କରିବା ପାଇଁ ନୂଆଁଗଡ଼ ଗ୍ରାମର ମେମ୍ବର କୁମୁଦିନୀ ଦାସ ଦାବି ଜଣାଇଛନ୍ତି।

FacebookTwitterLinkedinWhatsapp
Exit mobile version