Site icon ଆଜିକାଲି

ସଡ଼କ ସୁରକ୍ଷା ସଚେତନତା ଅନୁଷ୍ଠିତ


କେନ୍ଦୁଝର, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)ର ନିର୍ଦ୍ଦେଶିତ ଚିଠି ଅନୁସାରେ ଆଜି ଏନ୍.ଏସ୍.ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ ସଡ଼କ ସୁରକ୍ଷା ସଚେତନତା ଉପଲକ୍ଷେ ରାଲିର ଶୁଭାରମ୍ଭ କରିଥିବା ବେଳେ ଏନ୍.ସି.ସି.,ସ୍କାଉଟ୍,ଗାଇଡ, ରେଡକ୍ରସ ତଥା ସମସ୍ତ ଛାତ୍ରଛାତ୍ରୀ ନଗର ପରିକ୍ରମା କରି ପ୍ଲାକାର୍ଡ ଏବଂ ସ୍ଲୋଗାନ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନ କରାଇଥିଲେ।ଏହା ପରେ ବିଦ୍ୟାଳୟର ସଭାଗୃହରେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ନିୟମ ସମ୍ବନ୍ଧୀୟ ଦୃଶ୍ୟାବଳୀ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା।ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶିକ୍ଷକ ଗୁରୁଦେବ ମହାନ୍ତ,କମଳ ଲୋଚନ ପ୍ରଧାନ,ବିଜୟ କୁମାର ବେହେରା,ବିବେକାନନ୍ଦ ରାଉତ,ଶିକ୍ଷୟିତ୍ରୀ ଯାତ୍ରୀ ମହାନ୍ତ ପ୍ରମୁଖ ସଡ଼କ ସୁରକ୍ଷା ସଚେତନତା ଉପଲକ୍ଷେ ବିଭିନ୍ନ ଉଦାହରଣ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ।

Exit mobile version