Site icon ଆଜିକାଲି

ରାହାଗିରି ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସାଧାରଣ ଙ୍କୁ ସଡ଼କ ସୁରକ୍ଷା ର ସଚେତନତା ବାର୍ତ୍ତା ଦେଲା ଜିଲ୍ଲା ପୋଲିସ

କେନ୍ଦୁଝର, ସଡ଼କ ସୁରକ୍ଷା ସପ୍ତାହ ଅବସରରେ କେନ୍ଦୁଝର ସହରର ପାର୍କ ଲାଇନ ରାସ୍ତାରେ ଆଜି ସକାଳୁ ରାହାଗିରି ଓ ପଥପ୍ରାନ୍ତ ନାଟକ କରି କେନ୍ଦୁଝର ଜନସାଧାରଣ ଙ୍କୁ ସଚେତନତା ସୃଷ୍ଟି କରିଛି କେନ୍ଦୁଝର ପୋଲିସ । ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରାସ୍ତା ଉପରେ ମୁରୁଜ ତଥା ଝୋଟି ମାଧ୍ୟମରେ ସଡ଼କ ସୁରକ୍ଷା ର ବାର୍ତା ଦିଆଯାଇଛି । କେନ୍ଦୁଝର ଟାଉନ ଥାନାର ଅଧିକାରୀ ସୁନୀଲ କୁମାର କର ଅଭିନୟ ମାଧ୍ୟମରେ ଏକ ବେପରୁଆ ତଥା ମଦୁଆ ଗାଡ଼ି ଚାଳକ ର ଚରିତ୍ରକୁ ଖୁବ ସୁନ୍ଦର ଭାବରେ ପରିବେଶ କରି ଦର୍ଶକଙ୍କ ମନଜିଣି ପାରି ଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ରେ ଆରକ୍ଷୀ ଅଧିକ୍ଷକ ନିତିନ କୁସଲକର ଦାଗୁଡୁ, ଆର.ଟି.ଓ କେନ୍ଦୁଝର ଗୋପାଳ କୃଷ ଦାସ,ଜିଲ୍ଲା ପରିଷଦ ର ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ,ପୌର ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସାମାନ୍ତରାୟ,କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି,କେନ୍ଦୁଝର ଏସ.ଡି.ପି.ଓ ମହେନ୍ଦ୍ରନାଥ ମୁର୍ମୁ, ଟାଉନ ଥାନା ଅଧିକାରୀ ସୁନୀଲ କୁମାର କର ଉପସ୍ଥିତ ରହି ସଡ଼କ ସୁରକ୍ଷା ପାଇଁ ବିଭିନ୍ନ ଉପଦେଶ ଦେଇଥିଲେ। ଶେଷରେ ଅତିଥିମାନେ କେନ୍ଦୁଝର ସହରର ଅଡିଟରିଅମ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଇଁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

Exit mobile version