Site icon ଆଜିକାଲି

ପୂର୍ବତଟ ରେଳପଥର ନୂତନ ମହାପ୍ରବନ୍ଧକ ହେଲେ ରୁପ୍ ନାରାୟଣ ସୁନକର

ଭୁବନେଶ୍ୱର : ୧୯୮୫ ବ୍ୟାଚ୍ ର ଭାରତୀୟ ରେଳ ଇଞ୍ଜିନିୟରିଂ ସେବା (ଆଇଆରଏସ୍‌ଇ) ର ଅଧିକାରୀ ଶ୍ରୀ ରୁପ ନାରାୟଣ ସୁନକର ମହାପ୍ରବନ୍ଧକ ଭାବରେ ପୂର୍ବ ତଟ ରେଳପଥରେ ଯୋଗ ଦେଇଛନ୍ତି ।

ଏହା ପୂର୍ବରୁ ଶ୍ରୀ ସୁନକର ବିଲାସପୁରରେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଭାବରେ କାର୍ଯ୍ୟ କରୁଥିଲେ । ସେ ପଶ୍ଚିମ କେନ୍ଦ୍ରୀୟ ରେଳବାଇରେ ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ସିପିଡି) / ବ୍ରିଜ୍ ୱାର୍କ, ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ) / ରତଲମ ରେଳ ମଣ୍ଡଳରେ, ଉତର କେନ୍ଦ୍ରୀୟ ଏବଂ ପଶ୍ଚିମ କେନ୍ଦ୍ରୀୟ ରେଳବାଇର ମୁଖ୍ୟ ବ୍ରିଜ ଇଞ୍ଜିନିୟର, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଇଞ୍ଜିନିୟର (ନିର୍ମାଣ) ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଭୋପାଳର ବରକାତୁଲ୍ଲା ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ସ୍ନାତକ ସମାପ୍ତ କରିବା ପରେ ଶ୍ରୀ ସୁନକର ୧୯୮୫ ରେ ଭାରତୀୟ ରେଳବାଇରେ ଯୋଗ ଦେଇଥିଲେ । ପ୍ରକଳ୍ପ ନିର୍ମାଣ ଏବଂ କାର୍ଯ୍ୟକ୍ଷମ କରିବାରେ ତାଙ୍କର ବହୁ ଅଭିଜ୍ଞତା ରହିଛି । ଶ୍ରୀ ସୁନକରଙ୍କ ତତ୍ୱାବଧାନରେ ୨୦୨୦-୨୧ ମସିହାରେ, ୨୨୮ କିଲୋମିଟର ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲା ଯେଉଁଥିରେ ନୂତନ ଲାଇନ ଏବଂ ଦୋହରୀକରଣ ଓ ତୃତୀୟ ଲାଇନ କାର୍ଯ୍ୟକ୍ଷମ ତାଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟରେ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ବ୍ରିଜ୍ ୱାର୍କ ପରି ଭିତ୍ତିଭୂମି ନିର୍ମାଣ ଓ ରକ୍ଷଣାବେକ୍ଷଣ ଏବଂ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରିବା ସହିତ ଅନ୍ୟାନ୍ୟ ପ୍ରକଳ୍ପର କାର୍ଯ୍ୟକାରିତା ଯୋଗୁଁ ତାଙ୍କୁ ସମସ୍ତ କୋଣରୁ ପ୍ରଶଂସା କରାଯାଇଛି ।

Exit mobile version