Site icon ଆଜିକାଲି

ନନ୍ଦାହାଣ୍ଡି ତହସିଲରେ ଜମିପଟ୍ଟା ଜାଲିଆତି ଅଭିଯୋଗ

ନବରଙ୍ଗପୁର, ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ନନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ ଜମିପଟ୍ଟା ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ସୁଚନା ପ୍ରକାରେ ନନ୍ଦାହାଣ୍ଡି ତହସିଲର ଭଞ୍ଜଗୁଡ଼ା ମୌଜାରେ ଖାତା ନମ୍ବର ୮୪ ରେ ତିନିଜଣଙ୍କ ନାମରେ ରେକର୍ଡ ଥାଇ ପଟ୍ଟାରେ ସାତ ଏକର ପଚାଶ ସେଣ୍ଟ ଜମି ରହିଥିଲା। ନନ୍ଦାହାଣ୍ଡି ତହସିଲରେ ଗତ କିଛି ମାସ ପୂର୍ବେ ପଟ୍ଟା ଦାରଙ୍କ ଉତ୍ତରାଧିକାରୀ ମାନେ ପଟ୍ଟା ପରିବର୍ତ୍ତନ କରିବା ପାଇଁ ଆବେଦନ କରିଥିଲେ ସେଥି ମଧ୍ୟରୁ ଗୋଟିଏ ରେକର୍ଡ ଧାରି ପଟ୍ଟାଦାରଙ୍କ ଉତ୍ତରାଧିକାରୀ ମାନେ କୌଣସି ସହମତି ନ ଥାଇ ଆବେଦନ ପତ୍ର ରେ କୌଣସି ଦସ୍ତଖତ ନ କରିବା ସତ୍ତ୍ୱେ ପଟ୍ଟା ପରିବର୍ତ୍ତନ କିପରି ହେଲା ବୋଲି ପ୍ରଶ୍ନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କର ଦସ୍ତଖତ ସ୍ଥାନରେ ଜାଲିଆତି କରି ଟିପ ଚିହ୍ନ ଦେଇ ଆବେଦନ କରିଥିବା ଅଭିଯୋଗ କରିଛନ୍ତି ଫ୍ରାନସିସ ବାଘ ପି: ନବୀନ ଖ୍ରୀଷ୍ଟିଆନ। ଆଜି ନବରଙ୍ଗପୁର ପୌର ପରିଷଦ କାର୍ଯ୍ୟଳୟ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ପୀଡ଼ିତା ଏକ ଲିଖିତ ଅଭିଯୋଗ ଆଣିଛନ୍ତି ତହସିଲ କାର୍ଯ୍ୟାଳୟ ବିରୋଧରେ। ଅଭିଯୋଗ ପତ୍ର ଗ୍ରହଣ କରିବା ସହ ସଂପୃକ୍ତ ତହସିଲ୍ କାର୍ଯ୍ୟାଳୟକୁ ଏହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଥାନାଧିକାରୀଙ୍କୁ ପ୍ରେରଣ କରିଥିବା ସୂଚନା ମିଳିଛି। ସରକାରୀ ନିୟମ ଅନୁଯାୟୀ ଆବେଦନ କାରିମାନେ ତାହସିଦରଙ୍କ ସମ୍ମୁଖରେ ନିଜେ ଉପସ୍ଥିତ ରହି ତଦନ୍ତର ସାମ୍ନା କରିବା ପରେ ପଟ୍ଟା ପରିବର୍ତ୍ତନ ହେବା କଥା କିନ୍ତୁ ଏହି ଆବେଦନରେ ଦୁଇଟି ପକ୍ଷ ଉପସ୍ଥିତ ଥିବା ବେଳେ ତୃତୀୟ ପକ୍ଷ ଅନୁପସ୍ଥିତ ଥିବା ସତ୍ତ୍ୱେ ପଟ୍ଟା କିପରି ପରିବର୍ତନ ହେଲା ବୋଲି ପ୍ରଶ୍ନ କରିଛନ୍ତି ଫ୍ରାନସିସ ବାଘ। ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ପ୍ରକୃତ ଘଟଣା ସାମ୍ନାକୁ ଆସିପାରିବ ବୋଲି ଚର୍ଚ୍ଚା ହେଉଛି।

Exit mobile version