Site icon ଆଜିକାଲି

ରୋଟାରୀ କ୍ଲବ ଓ ହିମା ହସ୍ପିଟାଲ ପକ୍ଷରୁ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ

କେନ୍ଦୁଝର: ଆଜି ଶୁକ୍ରବାର ରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ରୋଟାରୀ କ୍ଲବ କେନ୍ଦୁଝର ଓ ହିମା ହସ୍ପିଟାଲ ର ମିଳିତ ସହଯୋଗରେ ହିମା ହସ୍ପିଟାଲ ପରିସରରେ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ କରକମଳରେ ଶିବିର ଉଦଘାଟନ ହୋଇଥିଲା। ଶିବିରରେ କଳ୍ପୋସ୍କୋପି,ବି.ଏମ୍.ଡି ପରୀକ୍ଷା,ହିମୋଗ୍ଲୋବିନ,ବ୍ଲଡ୍ ପ୍ରେସର୍,ଡାଇବେଟିସ ଓ ଚକ୍ଷୁ ପରୀକ୍ଷା ସହିତ ମାଗଣା ଔଷଧ ବିତରଣ କରାଯାଇଥିଲା। ଏହି ଶିବିରରେ ୨୦୦ରୁ ଉର୍ଦ୍ଧ୍ବ ରୋଗୀଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ରୋଟାରୀ କ୍ଲବ କେନ୍ଦୁଝର ର ସଭାପତି ପ୍ରଣତି ମହାପାତ୍ର,ରୋଟାରିଆନ୍ ସଞ୍ଜୟ ମହାପାତ୍ର,ଅମୀୟ ବେହେରା, ସବିତା ବେହେରା,ଡଃ ସଞ୍ଜିବ କୁମାର ଓତା,ଅଶ୍ଵିନୀ ପଟ୍ଟନାୟକ,ବିଜୟନାଥ କାପୁର, ଗଜେନ୍ଦ୍ର ବେହେରା,ହରିହର ସାହୁ,ବିଜୟ କୁମାର ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ଡଃ ରଶ୍ମିରଞ୍ଜନ ଭଞ୍ଜ,ଡଃ ମମତାରାଣୀ ଜେନା,ଡଃ ଶ୍ରୀକାନ୍ତ ସୋରେନ,ଡଃ ଅନୀଲ ପଣ୍ଡା,ଡଃ ପ୍ରଭାତ କୁସୁମ ମହାପାତ୍ର,ଡଃ ଦେବାଶିଷ ଭଟ୍ଟାଚାର୍ଯ୍ୟ,ଡଃ ଅଲିଭା ଦାସ ପ୍ରମୁଖ ରୋଗୀ ମାନଙ୍କୁ ପରୀକ୍ଷା କରିଥିବା ବେଳେ ହିମା ହସ୍ପିଟାଲର କର୍ମଚାରୀ ଗଣ ସମସ୍ତ ପ୍ରକାର ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମକୁ ହସ୍ପିଟାଲର ମ୍ୟାନେଜର ଦେବାଶୀଷ ମିଶ୍ର ପରିଚାଳନା କରିଥିଲେ।ଏହି ଅବସରରେ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଚକ୍ଷୁ ବେଳେ ମୋତିଆ ବିନ୍ଦୁ ଥିବା ଜଣା ପଡ଼ିଥିଲା।ହିମା ହସ୍ପିଟାଲ ପକ୍ଷରୁ ତାଙ୍କର ନିଃଶୁଳ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯିବ ବୋଲି ଡ଼ଃ ରଶ୍ମି ରଞ୍ଜନ ଭଞ୍ଜ ପ୍ରତିଶ୍ରୁତି ଦେଇଛନ୍ତି।

Exit mobile version