Site icon ଆଜିକାଲି

ରୋଟାରୀ ଗଭର୍ଣ୍ଣର୍ ଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ, ସାମାଜିକ ବିକାଶର ବାର୍ତାବହ ରୋଟାରୀ


କେନ୍ଦୁଝର,୧୨ା୪(ନି.ପ୍ର):କେନ୍ଦୁଝର ଜିଲ୍ଲା ସମେତ ବିଭିନ୍ନ ସ୍ଥାନେର ସାମାଜିକ ବିକାଶ ବନ୍ଦ ହୋଇଛି ରୋଟାରୀ ଇଣ୍ଟରନ୍ୟାସନାଲ। ବିଭିନ୍ନ କ୍ଷେତ୍ରରେ ସାମାଜିକ ବିକାଶ କଥା ହେଉ ବା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ବୃକ୍ଷରୋପଣ, ରକ୍ତଦାନ ଶିବିର ଆଦି ପ୍ରତ୍ୟେକଟି କ୍ଷେତ୍ରରେ ରୋଟାରୀଆନମାନଙ୍କର ଭୂମିକା ସବୁ ସମୟରେ ପ୍ରଶଂସିତ ହୋଇଛି ବୋଲି ରୋଟାରୀର ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦ ସୁବୁଦ୍ଧି ପ୍ରକାଶ କରିଛନ୍ତି। କେନ୍ଦୁଝର ରୋଟାରୀ ଭବନ ପରିସରରେ ଆୟୋଜିତ ଏହି ସମୀକ୍ଷା କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ସାମାଜିକ ବିକାଶର ବାର୍ବହ ରୋଟାରୀ ବୋଲି ଅଭିହିତ କରିଥିଲେ। କେନ୍ଦୁଝର
ରୋଟାରୀ କ୍ଲବର ସଭାପତି ପ୍ରଣତୀ ମହାପାତ୍ରଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ସହକାରୀ ରୋଟାରୀ ଗଭର୍ଣ୍ଣର ଇନ୍ଦ୍ରଜିତ ସାହୁ ନିଜ ବକ୍ତବ୍ୟରେ କେନ୍ଦୁଝର ରୋଟାରୀ କ୍ଲବର କାର୍ଯ୍ୟକୁ ପ୍ରଶଂସା କରିବା ସହ ଅଧିକ ଲୋକାଭିମୁଖୀ କାର୍ଯ୍ୟ
ହାତକୁ ନେଇ ଏହି ସଂଗଠନ ନିଜର ପାରଦର୍ଶିତା ପ୍ରଦର୍ଶନ କରିପାରିଛି।ରୋଟରୀ କ୍ଲବର ସାଧାରଣ ସମ୍ପାଦକ ବିଭୁତି ଭୂଷଣ ସାହୁ ସମ୍ପାଦକୀୟ ବିବରଣୀ ପାଠ କରି ରୋଟାରୀ କ୍ଲବ କେନ୍ଦୁଝର ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ବାଂଶପାଳ ବ୍ଳକର ସାରୁକୁଦର ଗ୍ରାମରେ ଚେକ ଡ୍ୟାମ ନିର୍ମାଣ,ବଡରରୁଆଁରେ ଚୁଆର ଉନ୍ନତିକରଣ,ସାନରଢୁଆଁରେ
ପାନୀୟ ଜଳ ପ୍ରକଳ୍ପ ସମ୍ପାଦିକ ହୋଇଛି ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ରେ ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁରଙ୍କୁ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଶ୍ରେଷ୍ଠ ସଦସ୍ୟ ଭାବେ ଡାକ୍ତର ସଞ୍ଜିବ କୁମାର ଓତା ଓ ଆର୍ଯ୍ୟାସୁତା ଅପର୍ଣ୍ଣା ଭଦ୍ରା ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରୋଟାରୀ ଗଭର୍ଣ୍ଣରଙ୍କ କେନ୍ଦୁଝର ଜିଲ୍ଲାଗସ୍ତ କାର୍ଯ୍ୟକ୍ରମରେ ରୋଟାରୀଆନ ବସନ୍ତ ପୃଷ୍ଟି, ଲଇଂ ବସନ୍ତ କୁମାର ଦାନୀ,ସଞ୍ଜୟ ମହାପାତ୍ର,ଦେବବ୍ରତ ସ୍ୱାଇଁ,ଅଶ୍ୱିନୀ ପଟ୍ଟନାୟକ,ଡା: ରାଜେନ୍ଦ୍ର କୁମାର ପଲେଇ,ମହେଶ ଚାୱଡା,ସୁରେଶ ଚନ୍ଦ୍ର ଖଟୋଇ,ହରିହର ମହାନ୍ତ,ବିଏନ ପ୍ରସାଦ, ହରିହର ସାହୁ, ପ୍ରଶାନ୍ତ ସ୍ଵାଇଁ, ରାଜଲକ୍ଷ୍ମୀ ସ୍ୱାଇଁ, ବିଜୟ କପୁର, ନିରୁପମା ସ୍ୱାଇଁ, ସବିତା ବେହେରା, ସସ୍ମିତା ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ
ଥିଲେ।

Exit mobile version