Site icon ଆଜିକାଲି

ହକି ବିଶ୍ୱକପ ପୂର୍ବରୁ ରାଉରକେଲା ବିମାନ ବନ୍ଦରକୁ ମିଳିଲା ଡିଜିସିଏ ଲାଇସେନ୍ସ

ରାଉରକେଲା : ହକି ବିଶ୍ୱକପ ପୂର୍ବରୁ ରାଉରକେଲା ବିମାନ ବନ୍ଦରକୁ ମିଳିଲା ଡିଜିସିଏ ଲାଇସେନ୍ସ । ଆସନ୍ତା ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ ଖେଳାଯିବ । ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳାଯିବ ବିଶ୍ୱକପ ମ୍ୟାଚ । ହକିର ମହାକୁମ୍ଭ ପାଇଁ ପ୍ରସ୍ତୁତିପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଉରକେଲାରେ ହକି ଷ୍ଟାଡିୟମ ଏବଂ ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ରାଉରକେଲା ବିମାନବନ୍ଦରକୁ ମିଳିଛି ବିମାନ ଉଡ଼ାଣ ଅନୁମତି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-ଡିଜିସିଏ ବିମାନ ଉଡାଣ ଅନୁମତି ଦେବା ସହ ରାଉରକେଲା ବିମାନ ବନ୍ଦରକୁ ଗ୍ରେଡ ୨ବି ରୁ ୨ସି କୁ ଉନ୍ନୀତ କରାଯାଇଛି।

ଏୟାରପୋର୍ଟ ଅଥରିଟି ଅଫ୍‌‌ ଇଣ୍ଡିଆ ରାଉରକେଲା ବିମାନ ବନ୍ଦରର ବିକାଶ କରିବା ସହିତ ଏହାକୁ ୩ ବର୍ଷ ପର୍ଯ୍ୟନ୍ତ ପରିଚାଳନା କରିବ। ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପକୁ ଦୃଷ୍ଟିରେ ରଖି, ଫେବ୍ରୁଆରୀ ୨୦୨୧ରେ ଆରସିଏସ ଉଡାନ ଯୋଜନା ଅନ୍ତର୍ଗତ ଏଟିଆର-୭୨ / କ୍ୟୁ-୪୦୦ ବିମାନ ଚଳାଚଳ ପାଇଁ ରାଉରକେଲା ବିମାନବନ୍ଦରକୁ କୋଡ୍‌‌ -୨ବି ରୁ କୋଡ୍‌‌ -୩ସି କୁ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

Exit mobile version