Site icon ଆଜିକାଲି

ରୋୟାଲ କିଡ଼ସ ର ଷଷ୍ଠତମ ବାର୍ଷିକ ଉତ୍ସବ

କେନ୍ଦୁଝର, କେନ୍ଦୁଝର ସହରର ପୁରାତନ ତଥା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ରୋୟାଲ କିଡ଼ସ ର ଷଷ୍ଠତମ ବାର୍ଷିକ ଉତ୍ସବ କେନ୍ଦୁଝର ସହରର ଅଡିଟରିଅମ ଠାରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧକ୍ଷା ସବନମ ଆଲାଉଦ୍ଦିନ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ କେନ୍ଦୁଝର ରାଜାସାହେବ ଧନଞ୍ଜୟ ନାରାୟଣ ଭଞ୍ଜଦେଓ, ସଂମାନିତ ଅତିରୂପେ ସାମ୍ବାଦିକ ବ୍ରଜକିଶୋର ରାୟ ଓ ଶିକ୍ଷା ବିତ ସରୋଜ କୁମାର ପୋହି ଉପସ୍ଥିତ ରହି ଛାତ୍ର ଜୀବନର ମୂଲ୍ୟବୋଧ ଉପରେ ଅନୁଷ୍ଠାନର କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ। ଏହି ବାର୍ଷିକ ଉତ୍ସବ ର ମୁଖ୍ୟ ବିଷୟ ସଂସ୍କୃତି ରଖାଯାଇଥିବାରୁ ଉପସ୍ଥିତ ଅତିଥି ବ୍ରଜକିଶୋର ରାୟ ଅଭିଭାବକ ମାନଙ୍କୁ କହିଥିଲେ ପିଲାମାନଙ୍କୁ ସଂସ୍କାରୀ କରିବାକୁ ହେଲେ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧରେ ଶିକ୍ଷା ଦେବା ନିହାତି ଜରୁରୀ ବୋଲି କହିଥିଲେ। ଉକ୍ତ ବାର୍ଷିକ ଉତ୍ସବ ରେ କୁନିକୁନି ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉପସ୍ଥିତ ଅଭିଭାବକ ତଥା ଦର୍ଶକ ଙ୍କୁ ଆଶ୍ଚଯ୍ୟାନିତ କରିଦେଥିଲେ। ବାର୍ଷିକ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାନଭି ଦାଶ,ତେଯସ୍ମିତା ମହାନ୍ତ,ଭାଗ୍ୟଶ୍ରୀ ମହାନ୍ତ,ସାନଭି ପରିଡା,ବେଦାନ୍ତ ବାରିକ,ମନସ୍ବିନୀ ଦେହୁରୀ,ରୂପନୀତା ନାୟକ,ଆରବ ନାଏକ,ଆରିକା ବରାଳ ପରି ଅନେକ ରହିଛନ୍ତି। ଶ୍ରେଷ୍ଠ ଛାତ୍ର ରୂପେ ଅଭିନବ ପତି ବିବେଚିତ ହୋଇଥିଲେ । କାର୍ଯକ୍ରମ କୁ ସଫଳ କରାଇବାରେ ଅନୁଷ୍ଠାନ ର ଶିକ୍ଷୟିତ୍ରୀ ମେଘା ପିଠାଦିଆ,ତରନୂମ କାଦରି,ସିମାରାଣି ସାହୁ,ଶୁଭଲକ୍ଷ୍ମି ବେହେରା ପ୍ରମୁଖ ସହଯୋଗ କରିଥିଲେ । ଫିଜାଇନା ଇଂଶାଲ ମଞ୍ଚ ପରିଚାଳନା କରିଥିଲେ ।

Exit mobile version