Site icon ଆଜିକାଲି

କେନ୍ଦୁଝର ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ର ଜିଲା ଶିବିର

କେନ୍ଦୁଝର , ୨୮।୧୨: କେନ୍ଦୁଝର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦୁଝରଗଡ ପରିସର ରେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର ଜିଲା ଶିବିର ବିଭାଗ କାର୍ଯ୍ୟବାହ ଦିଲ୍ଲିପ କୁମାର ବେହେରାଙ୍କ ଦ୍ବାରା
ଉଦଘାଟିତ ହୋଇଛି । ଆୟୋଜିତ ଏହି ତିନି ଦିନିଆ ଶିବିରରେ ଜିଲାର ବିଭିନ୍ନ ଖଣ୍ତ ଓ ନଗର ରୁ ୧୯୭ ଜଣ ସ୍ୱୟଂ ସେବକ ସାମିଲ ହୋଇଥିଲେ । ଏହି ଶିବିରରେ ସଂଘ କ‍ାର୍ଯ୍ୟର ବିସ୍ତାର ଓ ଦୃଢିତ ଦୃଷ୍ଟିରୁ ଶାରିରୀକ ବୌଦ୍ଧିକ ବିଷୟରେ ପ୍ରଶିକ୍ଷଣ ହୋଇଥିଲ‍ା । ଏହି କାର୍ଯ୍ୟକ୍ରମ ବୁଧୁବାର ସନ୍ଧ୍ୟାରେ ଶିବିରାର୍ଥିଙ୍କ ଦ୍ବାରା ସାଂସ୍କୃତିକ କ‍ାର୍ଯ୍ୟକ୍ରମ ପରିବେଶଣ ହୋଇଥିଲା । ଗୁରୁବାର ପୂର୍ବାହ୍ନ ୧୦ ଘଟିକା ସମୟରେ ଶିବିରାର୍ଥିଙ୍କ ଦ୍ବାରା
ପଥ-ସଞ୍ଚାଳନ କାର୍ଯ୍ୟକ୍ରମ ହୋଇଥିଲା।ଶେଷରେ ନବ ନିର୍ବାଚିତ ଜିଲା ସଂଘ ଚ‍ାଳକ ଭ‍ାଗିରଥି ପୃଷ୍ଟି ଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ସମାରୋପ ହୋଇଥିଲା । ଜିଲା କାର୍ଯ୍ୟ ବାହ ବିନୋଦ ବିହାରୀ ମହାନ୍ତ ତତ୍ତ୍ଵାବଧାନରେ ତଥା ପର୍ଶୁରାମ ପୃଷ୍ଟି,ପ୍ରତାପ କୁମାର ଝରା ନୀଳମଣି ସାହୁ,ଦେବରାଜ ଆଚାର୍ଯ୍ୟ,ବରଦା ପ୍ରସାଦ ସାହୁ,ମିଲନ ନାଏକ,ବିରଞ୍ଚି ନାରାୟଣ ମହାନ୍ତ,ବଂଶିଧର ମହାନ୍ତ,ସୁମନ୍ତ ସୋରେନ,ଦୟାନିଧି ମହାନ୍ତ,ଶ୍ରୀ ଅଲେଖ ଚନ୍ଦ୍ର ମହାନ୍ତ,ରଙ୍ଗାଧର ନାଥ ପ୍ରମୁଖ ସ୍ୱୟଂ ସେବକ ସହଯୋଗରେ ଶିବିର ସମାପ୍ତ ହୋଇଥିଲା।

FacebookTwitterLinkedinWhatsapp
Exit mobile version