Site icon ଆଜିକାଲି

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ନେଇ ଅପପ୍ରଚାର ବିଜେପି ପାଇଁ ବୁମେରାଂ ହେବ : କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଅପପ୍ରଚାର ଓ ଗୁଜବ ସୃଷ୍ଟି କରିଥିବାରୁ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରିବା ବିଜେପି ପାଇଁ ବୁମେରାଂ ହେବ । ପାଣ୍ଡିଆନ କହିଛନ୍ତି ଯେ, ଓଡ଼ିଆ ଅସ୍ମିତା କଥା କହୁଥିବା ବିଜେପି ମହାପ୍ରଭୁଙ୍କ କାମରେ ବାଧା ଦେଇଥିଲା । ବିଜେପି ବାରମ୍ବାର ଗୋଲ୍ ପୋଷ୍ଟ ପରିବର୍ତ୍ତନ କରୁଛି । ପ୍ରଥମେ ଓଡ଼ିଆ ଅସ୍ମିତା କଥା ଉଠାଇଥିଲା ବିଜେପି । ଏ ନେଇ ପ୍ରଶ୍ନ କରିବାରୁ ବିଜେପି ଗୋଲ ପୋଷ୍ଟ ବଦଳାଇଥିଲା ।

‘ପ୍ରସଙ୍ଗ ବଦଳାଇ ମାଲନ୍ୟୁଟ୍ରେସନ, ଆନିମିଆ କଥା କହିଲା ବିଜେପି ।ମାଲନ୍ୟୁଟ୍ରେସନ ମୁକାବିଲା କ୍ଷେତ୍ରରେ ଗୁଜରାଟଠୁ ଆଗରେ ଅଛି ଓଡ଼ିଶା ।

ଓଡ଼ିଶାବାସୀ ସତ ଜାଣିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇଲେ ବିଜେପି ନେତା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରତ୍ନଭଣ୍ଡାର ଖୋଲିବା ନିଷ୍ପତି ହୋଇଛି । ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ଵାବଧାନରେ ପ୍ରକ୍ରିୟା ଚାଲିଛି ବୋଲି ପାଣ୍ଡିଆନ କହିଛନ୍ତି । ବିଜେପି ପାଖରେ କୈାଣସି ରଣନୀତି ନାହଁ। ସବୁ କ୍ଷେତ୍ରରେ ବିଫଳ ହୋଇ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବ କରୁଛି ବିଜେପି। ଏହା ବି ତାଙ୍କ ପାଇଁ ବୁମେରାଂ ହୋଇଛି । ଆଗକୁ ବି ହେବ ବୋଲି ପାଣ୍ଡିଆନ କହିଛନ୍ତି ମୁଖ୍ୟମନ୍ତ୍ରୀ ଲୋକଙ୍କ ସେବା ପାଇଁ ରାଜନୀତି କରନ୍ତି ବୋଲି ପାଣ୍ଡିଆନ କହିଛନ୍ତି।

Exit mobile version