Site icon ଆଜିକାଲି

ଚଳନ୍ତା ଇ-ବାଇକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ

ବ୍ରହ୍ମପୁର : ବ୍ରହ୍ମପୁର ହଳଦିଆପଦର ବ୍ରିଜ ଉପରେ ଅଘଟଣ। ଚଳନ୍ତା ଇ-ବାଇକରେ ଲାଗିଗଲା ନିଆଁ । ନିଆଁ ଲାଗିବା ଦେଖି ଚାଳକ ଚଳନ୍ତା ଗାଡି ଛାଡି ଡେଇଁ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିଥିଲେ । ଖବର ପାଇଁ ବ୍ରହ୍ମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ସୂଚନା ଯେ, ଜଣେ ଚାଳକ ଇ-ବାଇକ ଚଲାଇ ରାସ୍ତାରେ ଯାଉଥିଲେ । ହେଲେ ରାସ୍ତା ମଝିରେ ହଠାତ୍ ବାଇକ୍‌ରୁ ବାହାରିଥିଲା ନିଆଁ । କୌଣସି ମତେ ଜୀବନ ବଞ୍ଚାଇ ଚାଳକ ଜଣଙ୍କ ରାସ୍ତାରେ ଗାଡି ଛାଡି ଦୌଡି ପଳାଇଥିଲେ । ତେବେ ନିଆଁର ଆଁରୁ ବର୍ତ୍ତିପାରିନଥିଲା ଗାଡି । ବିଚ୍‌ ରାସ୍ତାରେ ହୁତୁ ହୁତୁ ହୋଇ ଜଳିଥିଲା ବାଇକ୍ । ସଂଗେ ସଂଗେ ଏ ସଂପର୍କରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳେକୁ ଗାଡି ପୋଡି ପାଉଁଶ ହୋଇଯାଇଥିଲା ।

Exit mobile version