Site icon ଆଜିକାଲି

ଆରଡବ୍ଲୁଏସଏସ ଯନ୍ତ୍ରୀଙ୍କ ବିରୋଧରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ବିରୋଧରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆଜି ଆରଡବ୍ଲୁଏସଏସର ଭୁବନେଶ୍ୱର ସର୍କଲର ଯୋଜନା, ମନିଟରିଂ, ଡିଜାଇନ୍ ଏବଂ ଅନୁସନ୍ଧାନ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଂଜନ ଦାସଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଖୋର୍ଦ୍ଧା, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱରର ଖାରବେଳ ନଗରର ଶ୍ରୀରାମ ମାନସନ୍ ଫ୍ଲାଟ ନଂ -୨୦ରେ ଥିବା ଯନ୍ତ୍ରୀଙ୍କ ଆବାସିକ ଘର, ସମ୍ବଲପୁରର ମୋଦୀପଡାରେ ତିନିମହଲା ପୈତୃକ ଘର, ବରଗଡ଼ ଜିଲ୍ଲାର ରୋହିନିୟାଁ, ତାଙ୍କର ସରକାରୀ କାର୍ଯ୍ୟାଳୟ, ଖାରବେଳ ନଗର ଓ ଖୋର୍ଦ୍ଧାରେ ଥିବା ସଂପର୍କୀୟଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୫ ଜଣ ଡିଏସପି, ୧୨ ଇନ୍ସପେକ୍ଟର, ଜଣେ ସବ୍ ଇନ୍ସପେକ୍ଟର,୧୧ ଜଣ ଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ଏହି ଚଢାଉରେ ସାମିଲ ହୋଇଛନ୍ତି।

Exit mobile version