Site icon ଆଜିକାଲି

ଆରଡବ୍ଲୁଏସଏସ ଯନ୍ତ୍ରୀଙ୍କ ଆଉ ୨ ଲକ୍ଷ ଟଙ୍କା ଠାବ, ପାଖାପାଖି ମିଳିଲାଣି ୨୯ ଲକ୍ଷ ନଗଦ

ଭୁବନେଶ୍ୱର : ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଆରଡବ୍ଲୁଏସଏସର ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ଉଦଳା ସ୍ଥିତ ସରକାରୀ ବାସଭବନରେ ଆଜି ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ। ଚଢ଼ାଉ କରି ଭିଜିଲାନ୍ସ ୨ ଲକ୍ଷ ନଗଦ ଟଙ୍କା ଠାବ କରିଛି ।ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୯ ଲକ୍ଷ ନଗଦ ଟଙ୍କା ଜବତ କରିସାରିଛି ଭିଜିଲାନ୍ସ । ରବିନାରାୟଣଙ୍କର ଗୋଟିଏ ୩ ମହଲା କୋଠା, ଗୋଟିଏ ଫ୍ଲାଟ, ୧୨ଟି ପ୍ଲଟ ଠାବ ହୋଇଛି । ଏହାବାଦ କେଜିଏ ସୁନା, ୧.୨ କୋଟିର ବ୍ୟାଙ୍କ ଜମା ବି ମିଳିଛି ।

Exit mobile version