Site icon ଆଜିକାଲି

ସଦଗୁରୁ ଶିବମୁନିଙ୍କ ୧୪୦ତମ ଜୟନ୍ତୀ ପାଳନ

କେନ୍ଦୁଝର, ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ଠାରେ ସ୍ଥାନୀୟ ମୁନି ସମାଜ ସହଯୋଗରେ ସଦଗୁରୁଦେବଙ୍କ ୧୪୦ତମ ଜୟନ୍ତୀ ପାଳିତ ହୋଇ ଯାଇଛି। ଉକ୍ତ ଉତ୍ସବରେ କେନ୍ଦୁଝର ଜିଲ୍ଲା ମୁନି ସମାଜର ଉପାଧ୍ୟକ୍ଷ ଯୋଗୀ ବିଶ୍ଵାମିତ୍ର ମୁନି ସତ୍ୟ ପତାକା ଉତ୍ତୋଳନ ପୂର୍ବକ ସଭାପତିତ୍ବ କରିଥିଲେ । ଯୋଗ ଶିକ୍ଷୟିତ୍ରୀ ଟିକିଲି ପତାକା ସଙ୍ଗୀତ ଗାନ କରିବା ସହିତ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଯୋଗୀ ମୋହନ ମୁନି, ମୁଖ୍ୟବକ୍ତାଭାବରେ ଯୋଗୀ ଅରୁଣ ମୁନି,ସମ୍ମାନିତ ବକ୍ତା ଭାବରେ ଯୋଗୀ ବୈଶାଖୁ ମୁନି,ସମ୍ମାନିତ ଅତିଥି ଭାବରେ ଯୋଗୀ ଘନଶ୍ୟାମ,ଯୋଗୀ ମହେଶ୍ୱର,ଯୋଗୀ ଲକ୍ଷ୍ମଣ,ଯୋଗୀ ଅଶୋକ ମୁନି,ମୁନିରାଜ ସନାତନ ମୁନି ଯୋଗଶିକ୍ଷୟିତ୍ରୀ କୁମୁଦିନୀ ମଞ୍ଚାସୀନ ହୋଇଥିଲେ । ମଞ୍ଚାସୀନ ଅତିଥି ଗଣ ସଦଗୁରୁଙ୍କ ସିଦ୍ଧାନ୍ତ ମୁତାବକ ଯୋଗ, ସ୍ୱାସ୍ଥ୍ୟ,ଆତ୍ମଜ୍ଞାନ ଓ ସ୍ଵତନ୍ତ୍ର ବିଚାର ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ। ଏଥି ସହିତ ମୁନି କ୍ଷିରୋଦ,ଯୋଗୀ ରସିକ ମୁନି,ଯୋଗୀ ଚୌଧୁରୀ ମୁନି,ଯୋଗୀ ବ୍ରଜକିଶୋର ମୁନି,ମୁନି ଅମିନ ମୁନିସମାଜର ଉଦ୍ଦେଶ୍ୟ ଓ ଉପାଦେୟତା, ଉପକାରିତା ସମ୍ପର୍କରେ ଅବଗତ କରିଥିଲେ । ମୁନିମତୀ ରମାମଣୀ ଓ ମୁନିମତୀ କ୍ଷିରମଣୀ ଆଧ୍ୟାତ୍ମିକ ସଙ୍ଗୀତ ଗାନ କରିଥିଲେ ।ପ୍ରାରମ୍ଭରେ ଯୋଗୀ ବ୍ରଜକିଶୋର ଶିବ ବଚନମୃତ ପାଠ, ଓ ଯୋଗୀ ରବି ମୁନି ଉତ୍ସବର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ ।

Exit mobile version