Site icon ଆଜିକାଲି

ଟ୍ରାଙ୍କୁଲାଇଜ୍‌ ହେଲା ଦନ୍ତା, ଜିପିଏସ୍‌ ଲଗାଇ ଛାଡ଼ିଲା ବନବିଭାଗ

ସୁନ୍ଦରଗଡ଼ : ଟ୍ରାଙ୍କୁଲାଇଜ୍‌ ହେଲା ଦନ୍ତା ହାତୀ। ଏହାପରେ ହାତୀ ଶରୀରରେ ରେଡିଓ କଲାର ଲଗାଯାଇଥିବା ବେଳେ ଏବେ ହାତୀର ଗତିବିଧି ଉପରେ ବନ ବିଭାଗର ରଖିବ ତୀକ୍ଷଣ ନଜର। ଫଳରେ ଧନଜୀବନ ହାନୀ କରିବା ପୂର୍ବରୁ ବିହିତ ପଦକ୍ଷେପ ଗ୍ରହଣ କରା ଯାଇ ପାରିବ ବୋଲି କହିଛନ୍ତି ବନ ଅଧିକାରୀ। ମାତ୍ର ହାତୀ ଆତଙ୍କରେ ଅତିଷ୍ଠ ହୋଇ ପଡ଼ିଥିବା ଅଞ୍ଚଳବାସୀ ଏଥିରେ ସନ୍ତୁଷ୍ଟ ହୋଇ ପାରି ନାହାନ୍ତି।

ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଅଧୀନ ତୋଡା ଫରେଷ୍ଟ ଅଞ୍ଚଳରେ ଆଜି ଦନ୍ତା ହାତୀକୁ ଟ୍ରାଂକୁଲାଇଜ କରା ଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ୫ଟି ଟିମ୍‌ରେ ୬୦ ଜଣ ଅଧିକାରୀ ଓ କର୍ମଚାରୀ ତୋଡା ଫରେଷ୍ଟ ଅଞ୍ଚଳରେ ପହଞ୍ଚିଥିଲେ। ଏହି ଟିମ୍‌ରେ ରାଉରକେଲା ଆରସିସିଏଫ , ବଣାଇ ଡିଏଫ୍ ଓ ସାତକୋଶିଆ , ରାଉରକେଲା, କପିଳାସରୁ ଆସିଥିବା ଟିମ୍‌ ବି ସାମିଲ ହୋଇଥିଲେ। ପ୍ରାୟ ୫ ଘଣ୍ଟା କାଳ ହାତୀର ଗତିବିଧି ନିରୀକ୍ଷଣ କରିବା ପରେ ତାହାକୁ ଟ୍ରାଙ୍କୁଲାଇଜ କରିଥିଲେ କର୍ମଚାରୀ। ଏହାପରେ ତୁରନ୍ତ ତା’ ଶରୀରରେ ଏହି ରେଡ଼ିଓ କଲାର (ଜିପିଏସ) ଲଗାଇ ଦିଆଯାଇଛି । ହାତୀଟିକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ବେଳେ ସେ ସୁସ୍ଥ ଥିବା ଜଣାଯାଇଛି।

Exit mobile version