Site icon ଆଜିକାଲି

ସମ୍ବଲପୁର ସହର ସଂପୂର୍ଣ୍ଣ କର୍ଫ୍ୟୁ ମୁକ୍ତ, ଲୋକେ ଆଶ୍ୱସ୍ତ

ସମ୍ବଲପୁର : ସମ୍ବଲପୁରରେ ହନୁମାନ ଜୟନ୍ତୀ ହିଂସାକାଣ୍ଡର ୧୪ ଦିନ ପରେ ସହରବାସୀଙ୍କୁ ମିଳିଛି ଆଶ୍ୱସ୍ତି। ସହରର ଏବେ ସଂପୂର୍ଣ୍ଣ କର୍ଫ୍ୟୁ ମୁକ୍ତ ହୋଇଛି । ୨ଟି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଛି । ଧନୁପାଲି ଓ ଟାଉନ୍ ଥାନା ଅଞ୍ଚଳରୁ କର୍ଫ୍ୟୁ ଉଠାଇ ଦେଇଛନ୍ତି ଉପଜିଲ୍ଲାପାଳ ।

୧୪ ଦିନ ପରେ ସାରା ସହର କର୍ଫ୍ୟୁମୁକ୍ତ ହେବା ସହ ଲୋକେ ଆଶ୍ଵସ୍ତ ହୋଇଛନ୍ତି । ହନୁମାନ ଜୟନ୍ତୀରେ ହିଂସା ଘଟିବାରୁ ଗତ ୧୪ ତାରିଖ ରାତି ୧୨ଟାରୁ ସହରର ୬ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗିଥିଲା । ପର୍ଯ୍ୟାୟକ୍ରମେ ସମ୍ବଲପୁର ସହରର ୬ଟି ଥାନା ଅଞ୍ଚଳ ଏବେ କର୍ଫ୍ୟୁମୁକ୍ତ ହୋଇଛି।

Exit mobile version