Site icon ଆଜିକାଲି

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କରିବେ ସମ୍ବଲପୁର ପ୍ରିଜନ ରେଞ୍ଜ ଡିଆଇଜି

ଭୁବନେଶ୍ୱର : ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କରିବେ ସମ୍ବଲପୁର ପ୍ରିଜନ ରେଞ୍ଜ ଡିଆଇଜି ଅନସୂୟା ଜେନା। ଅନସୂୟାଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ କରିବା ପାଇଁ ଜେଲ୍ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଦିନକ ଭିତରେ ତାଙ୍କୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଜେଲ୍ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି ଯେ, ଜେଲ୍ ପରିସରରେ ଦିନ ପ୍ରାୟ ୧୧ଟା ବେଳେ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିଲେ । ଏନ୍‌ଏଚ୍‌ଆରସି ଗାଇଡ୍‌ ଲାଇନ୍ ଅନୁସାରେ ଏହି ଆତ୍ମହତ୍ୟା ଘଟଣାର ତଦନ୍ତ କରାଯିବ। ଜେଲ୍‌ରେ ବିଚାରଧୀନ କଏଦୀଙ୍କୁ ୱାର୍ଡରମାନେ ଜଗନ୍ତି। ତେଣୁ ସେ କେମିତି ଓ କିଭଳି ପରିସ୍ଥିତିରେ ଆତ୍ମହତ୍ୟା କରିଲେ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି।

Exit mobile version