Site icon ଆଜିକାଲି

ସମ୍ବଲପୁର-ଶାଲିମାର-ସମ୍ବଲପୁର ତ୍ରି-ସାପ୍ତାହିକ ଏକ୍ସପ୍ରେସକୁ “ମହିମା ଗୋସାଇଁ ଏକ୍ସପ୍ରେସ” ଭାବରେ ନାମକରଣ

ଭୁବନେଶ୍ୱର : ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ଅଶ୍ୱିନୀ ବୈଷ୍ଣବଙ୍କ ଅନୁମୋଦନ କ୍ରମେ ଟ୍ରେନ୍ ନଂ ୨୦୮୩୨/୨୦୮୩୧ ସମ୍ବଲପୁର-ଶାଲିମାର-ସମ୍ବଲପୁର ତ୍ରି-ସାପ୍ତାହିକ ଏକ୍ସପ୍ରେସ (ଭାୟା – ଅନଗୁଲ, ତାଲଚେର ) କୁ “ମହିମା ଗୋସାଇଁ ଏକ୍ସପ୍ରେସ” ନାମରେ ନାମିତ କରାଯାଇଛି ।

୨୯ ଡିସେମ୍ବର ୨୦୨୨ ରେ ଭୁବନେଶ୍ୱର ରେଳ ଷ୍ଟେସନର ପୁନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନନୀୟ ରେଳମନ୍ତ୍ରୀଙ୍କୁ ସମ୍ବଲପୁର-ଶାଲିମାର-ସମ୍ବଲପୁର ତ୍ରି-ସାପ୍ତାହିକ ଟ୍ରେନର ନାମକୁ ପରିବର୍ତ୍ତନ କରି “ମହିମା ଗୋସାଇଁ ଏକ୍ସପ୍ରେସ” ଭାବରେ ନମିତ କରିବାକୁ ଅନୁରୋଧ କରିଥିଲେ । ମହିମା ଶ୍ରୀକ୍ଷେତ୍ର ପ୍ରତି ଲୋକଙ୍କ ଭାବନା ଏବଂ ବିଶ୍ୱାସକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ସମ୍ବଲପୁର-ଶାଲିମାର-ସମ୍ବଲପୁର ତ୍ରି-ସାପ୍ତାହିକ ଏକ୍ସପ୍ରେସକୁ “ମହିମା ଗୋସାଇଁ ଏକ୍ସପ୍ରେସ” ଭାବରେ ନାମିତ କରିଛି ।

Exit mobile version