Site icon ଆଜିକାଲି

ସମ୍ବଲପୁର ସ୍ଥିତିରେ ଉନ୍ନତି ଆସୁଛି : ଡିଜିପି

ସମ୍ବଲପୁର : ସମ୍ବଲପୁରରେ ସ୍ଥିତିର ସମୀକ୍ଷା କରିଛନ୍ତି ଡିଜିପି ସୁନୀଲ ବଂଶଲ । ଗତ ଏପ୍ରିଲ ୧୪ ତାରିଖ ଅପ୍ରୀତିକର ଘଟଣା ପରଠାରୁ କର୍ଫ୍ୟୁ ବଳବତ୍ତର ରହିଛି । ଗତକାଲି ଅପେକ୍ଷା ଆଜି ଅଧିକ ସମୟ କଟକଣା କୋହଳ ହୋଇଥିଲା ବୋଲି ଡିଜିପି କହିଛନ୍ତି ।

ଶାନ୍ତିଶୃଙ୍ଖଳାରେ ଉନ୍ନତି ଆସୁଛି । ସ୍ଥିତି ସ୍ୱାଭାବିକ ହୋଇଯିବା ସେ ଆଶା କରୁଛନ୍ତି ବୋଲି କହିଛନ୍ତି ଡିଜିପି। ସ୍ଥିତିରେ ଉନ୍ନତି ଆସିଲେ ଦିନେ ଦୁଇଦିନରେ କର୍ଫ୍ୟୁ ସମ୍ପୂର୍ଣ୍ଣ ଉଠିଯିବ । ଆଜି ରବିବାର ପରୀକ୍ଷା ପାଇଁ କଟକଣା ଅଧିକ କୋହଳ କରାଯାଇଛି । ଯେଉଁ ଲୋକ ଗଣ୍ଡଗୋଳ କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉଛି । ଅନେକ ଲୋକଙ୍କୁ ଗଣ୍ଡଗୋଳରେ ସମ୍ପୃକ୍ତି ପାଇଁ ଗିରଫ କରାଯାଇଛି‌ ବୋଲି ଡିଜିପି କହିବା ସହ କାହା ପ୍ରତି କୋହଳ ମନୋଭାବ ପୋଷଣ କରାଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି। ସାଧାରଣ ଲୋକେ ପୋଲିସକୁ ସହଯୋଗ କରିବା ପାଇଁ ସେ ଅପିଲ କରିଛନ୍ତି।

Exit mobile version