Site icon ଆଜିକାଲି

ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଲୁକା କଳାରେ ଜନ୍ମଦିନ ଶୁଭେଛା। ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ କୋଣାର୍କ ଚକ୍ର ଭଳି ଅବିକଳ ଛୋଟଛୋଟ ୫୦ଟି ପ୍ରତିକୃତିକୁ ନିଜ ବାଲୁକାକଳାରେ ସ୍ଥାନ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଜି୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓଡିଶାର ଐତିହ୍ୟ ବହନ କରୁଥିବା କୋଣାର୍କ ଚକ୍ରକୁ ସ୍ଥାନ ଦେଇଥିବାରୁ ସୁଦର୍ଶନ ବାଲୁକାକଳା ଜରିଆରେ ନରେନ୍ଦ୍ର ମୋିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହାଛଡା ପ୍ରଧାନମନ୍ତ୍ରୀଙ୍କ ଛବିକୁ ନିଜ ବାଲୁକାକଳାରେ ସ୍ଥାନ ଦେବାସହ HAPPY BIRTHDAY MODI JI ମଧ୍ୟ ଲେଖିଛନ୍ତି। ସେପଟେ ପୁରୀ ବେଳାଭୂମିରେ ଉପସ୍ଥିତ ଥିବା ପର୍ଯ୍ୟଟକ ବାଲୁକା କଳାକୁ ଉପଭୋଗ କରିଛନ୍ତି।

Exit mobile version