Site icon ଆଜିକାଲି

ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଞ୍ଜୀବ ପଣ୍ଡା

ଭୁବନେଶ୍ୱର – ବରିଷ୍ଠ ଆଇପିଏସ ଅଫିସର ସଞ୍ଜୀବ ପଣ୍ଡା ଆଜି ଭୁବନେଶ୍ୱର -କଟକ କମିଶନରେଟ ପୋଲିସର ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନ ନେଇଛନ୍ତି । ବିଦାୟୀ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସଞ୍ଜୀବଙ୍କୁ ଆନୁଷ୍ଠାନିକ ଭାବେ ପୋଲିସ କମିଶନର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। କିଛି ଦିନ ତଳେ ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ପରିବର୍ତ୍ତନ କରିଥିଲେ । ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଥିବା ୧୯୯୪ ବ୍ୟାଚ ଆଇପିଏସ ଅଫିସର ସଞ୍ଜୀବ ପଣ୍ଡାଙ୍କୁ ପୋଲିସ କମିଶନର ଭାବେ ବଦଳି କରାଯାଇଥିଲା । ଆଉ ପୋଲିସ କମିଶନର ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିଲା।

Exit mobile version