Site icon ଆଜିକାଲି

କେନ୍ଦୁଝର ଜିଲ୍ଲା ସରପଞ୍ଚ ମହାସଂଘର ବୈଠକ ଅନୁଷ୍ଠିତ

କେନ୍ଦୁଝର, କେନ୍ଦୁଝର ଜିଲ୍ଲା ସରପଞ୍ଚ ମହାସଂଘ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାର ଶତାଧିକ ସରପଞ୍ଚ ସାମିଲ ହୋଇ ସରକାର ଙ୍କୁ ବିଭିନ୍ନ ୮ଦଫା ଦାବି କରିଛନ୍ତି।ସରପଞ୍ଚ ମାନଙ୍କ ମାସିକ ଭତ୍ତା ୨୩୫୦ଟଙ୍କା କୁ ବୃଦ୍ଧି କରି ୧୫ହଜାର ଟଙ୍କା ପ୍ରଦାନ କରାଯିବାକୁ ଦାବି ହୋଇଛି।ଗସ୍ତଖର୍ଚ୍ଚ ଓ ପେନସନ,ଏସ୍ ଏଫ୍,ସିଏଫ୍ ସି ଆର୍ଥିକ ଅନୁଦାନ ବର୍ଷକୁ ଅନ୍ୟୁନ ୩ଥର ପ୍ରଦାନ।ଜିଲ୍ଲାରେ ସରପଞ୍ଚ ଭବନ ନିର୍ମାଣ,ପାଣି ବିଲ ଷ୍ଟ୍ରିଟ ଲାଇଟ ବିଲ୍ ରାଜ୍ୟ ସରକାର ସିଧା ସଳଖ ବିଦ୍ୟୁତ ବିଲ୍ ପୈଠ କରିବା।ମନୋରେଗାର ସାମଗ୍ରୀ ବିଲ ୩ମାସ ବଦଳରେ ପ୍ରତିମାସ ଟ୍ରାନ୍ସଫର କରାଯିବାକୁ ଦାବି ହୋଇଛି।ଜିଲ୍ଲାସ୍ତର ରେ ଅନଲାଇନ ରେ ଭତ୍ତା ପଞ୍ଜିକୃତ,ହୀତାଧିକାରୀ ଙ୍କୁ ତୁରନ୍ତ ପ୍ରଦାନ।ଆମ ଓଡିଶା ନବୀନ ଓଡିଶାରେ ପ୍ରତି ପଞ୍ଚାୟତକୁ ଆସିଥିବା ୫୦ଲକ୍ଷ ଟଙ୍କାର ପ୍ରକଳ୍ପ ଚୟନରେ ସରପଞ୍ଚ ମାନଙ୍କୁ ସାମିଲ କରିବାକୁ ଜିଲ୍ଲା ସରପଞ୍ଚ ମହାସଂଘ ଦାବି କରିଛି।

Exit mobile version