Site icon ଆଜିକାଲି

୨୨ ଜୁଲାଇ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ଆଜି ପୂରା ଦିନ ନିଜକୁ ସତେଜ ଅନୁଭବ କରିବେ। ମହିଳାମାନେ ଘର କାମରୁ ଆରାମ ପାଇବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ହେବ।

ବୃଷ: ସୋସିଆଲ ମିଡିଆ ଜରିଆରେ ସାମାଜିକ କାର୍ଯ୍ୟ କରିବେ। ଆର୍ଥିକ ଲାଭ ମିଳିବ। ପରିବାର ସଦସ୍ୟଙ୍କ ସହିତ ଧାର୍ମିକ କାର୍ଯ୍ୟ କରିବେ।

ମିଥୁନ: ଆଜି ଆପଣଙ୍କ ଦିନ ଭଲ ରହିବ। ବ୍ୟବସାୟ ଆରମ୍ଭ କଲେ ସଫଳତା ପାଇବେ। ପିଲାମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ: ଜୀବନସାଥୀ ଆପଣଙ୍କୁ କିଛି ଭଲ ରାନ୍ଧିକି ଖୁଆଇବେ। ଛାତ୍ରମାନେ କ୍ୟାରିୟରକୁ ନେଇ ଯୋଜନା କରିବେ। ଜୀବନ ସୁଖମୟ ହେବ।

ସିଂହ: ଯେଉଁ କାମ ଆରମ୍ଭ କରିବେ, ତାହା ଠିକ୍‌ ସମୟରେ ସରିବ। ଚାକିରି ଖୋଜୁଥିବା ଲୋକେ ଭଲ ସୁଯୋଗ ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା: ଅଫିସରେ ଆପଣଙ୍କ କଥାକୁ ଗୁରୁତ୍ୱ ଦିଆଯିବ। ନୂଆ ସ୍ରୋତରୁ ଧନ ପ୍ରାପ୍ତ ହେବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ।

ତୁଳା: ଆଜି ବାପାଙ୍କ ସମର୍ଥନ ପାଇବେ। ଲେଖକ ମାନଙ୍କ ପାଇଁ ଦିନଟି ବହୁତ ଭଲ। ସୋସିଆଲ ମିଡିଆରେ ସାଙ୍ଗ ତାଲିକା ବୃଦ୍ଧି ପାଇବ।

ବିଛା: ମାତୃ ପାର୍ଶ୍ୱରୁ କିଛି ଭଲ ଖବର ମିଳିବ। ଅନଲାଇନ୍ ବ୍ୟବସାୟ କରୁଥିବା ଲୋକେ କୌଣସି ବଡ଼ ଅର୍ଡର ପାଇବେ। ମନ ଖୁସି ରହିବ।

ଧନୁ: ମନ କଥା ଜୀବନସାଥୀଙ୍କୁ କୁହନ୍ତୁ। ସରକାରୀ ଚାକିରି କରୁଥିବା ଲୋକଙ୍କର ଟ୍ରାନ୍ସଫର ହୋଇପାରେ। ଛାତ୍ରଙ୍କର ପଢ଼ାରେ ମନ ଲାଗିବ।

ମକର: ଆଜି ମା’ ସହିତ ସମୟ ବିତାଇବେ। ମା’ ଆପଣଙ୍କୁ ନେଇ ଖୁସି ରହିବେ। ନିଜର ଖାଦ୍ୟ ପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ।

କୁମ୍ଭ: ଆର୍ଥିକ ସ୍ଥିତି ଦୃଢ଼ ହେବ। ଲୋକଙ୍କ ମଧ୍ୟରେ ଆପଣଙ୍କ ମାନ ସମ୍ମାନ ବଢ଼ିବ। ପାରିବାରିକ ଏବଂ ଦାମ୍ପତ୍ୟ ସମ୍ପର୍କ ଅଧିକ ମଜଭୁତ ହେବ।

ମୀନ: ଅଫିସ୍‌ରେ ସହକର୍ମୀ ଆପଣଙ୍କ ବିଚାରକୁ ବିରୋଧ କରିବେ। ଆଜି ସନ୍ତାନର ଆବଶ୍ୟକତା ପ୍ରତି ଧ୍ୟାନ ଦେବେ। କଠିନ ପରିଶ୍ରମ କରିବେ।

Exit mobile version