Site icon ଆଜିକାଲି

୧୨ ଅଗଷ୍ଟ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ଚାଲିଥିବା ପ୍ରୟାସ ସାର୍ଥକ ହେବ। ଧାର୍ମିକ କିମ୍ବା ସାଂସ୍କୃତିକ ଉତ୍ସବରେ ସାମିଲ ହେବେ।

ବୃଷ: ଅନ୍ୟଠାରୁ ସାହାଯ୍ୟ ନେବାରେ ସଫଳ ରହିବେ। ସରକାରୀ ସ୍ତରରୁ ସହଯୋଗ ମିଳିବ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ।

ମିଥୁନ: ଆର୍ଥିକ ମାମଲାରେ ପ୍ରଗତି ହେବ। ରଚନାତ୍ମକ ପ୍ରୟାସ ଫଳୀଭୂତ ହେବ। ସମ୍ପର୍କରେ ଘନିଷ୍ଠତା ଆସିବ। ବ୍ୟବସାୟରେ ସଫଳ ହେବେ।

କର୍କଟ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଆର୍ଥିକ ଯୋଜନା କାର୍ଯ୍ୟକାରୀ ହେବେ। ଧାର୍ମିକ ରୁଚି ବଢ଼ିବ। ସମ୍ପର୍କ ମଧୁର ହେବ।

ସିଂହ: ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ପାରିବାରିକ ଜୀବନ ସୁଖମୟ ହେବ। କାହାଠାରୁ ଉପହାର କିମ୍ବା ସମ୍ମାନ ପାଇପାରନ୍ତି।

କନ୍ୟା: ସମ୍ପର୍କ ଦୃଢ଼ ହେବ। ବ୍ୟବସାୟିକ ପ୍ରୟାସ ଫଳୀଭୂତ ହେବ। ଆଜି ଦିନଯାକ ବହୁତ ବ୍ୟସ୍ତ ରହିବେ। ସମାଜରେ ମାନ ସମ୍ମାନ ବଢ଼ିବ।

ତୁଳା: ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଅନ୍ୟଠାରୁ ସହଯୋଗ ପ୍ରାପ୍ତ ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ଯାତ୍ରା ସୁଖମୟ ହେବ।

ବିଛା: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି। ସନ୍ତାନର ଶିକ୍ଷାକୁ ନେଇ ଚିନ୍ତିତ ରହିବେ। ଆର୍ଥିକ ମାମଲାର ରିସ୍କ ଉଠାନ୍ତୁ ନାହିଁ।

ଧନୁ: ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ ମାମଲାରେ ସମସ୍ୟା ଆସିପାରେ। ବ୍ୟବସାୟ ଦୃଷ୍ଟିରୁ ଆଜି ଦିନଟି ଭଲ ରହିବ।

ମକର: ରଚନାତ୍ମକ ପ୍ରୟାସ ଫଳୀଭୂତ ହେବ। ଯାତ୍ରା ସ୍ଥିତି ସୁଖଦ ହେବ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।

କୁମ୍ଭ: ସନ୍ତାନର ଦାୟିତ୍ୱ ପୂରଣ କରିବେ। ସମ୍ପର୍କରେ ମିଠାପଣ ଭରିବ। ପାରିବାରିକ ଜୀବନ ସୁଖମୟ ହେବ। ଆର୍ଥିକ ରୂପେ ସଫଳ ହେବେ।

ମୀନ: ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ବ୍ୟବସାୟିକ ପ୍ରତିଷ୍ଠା ବଢ଼ିବ।

Exit mobile version