Site icon ଆଜିକାଲି

୨୪ ଫେବୃଆରୀ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ- ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ଭାଇ ଭଉଣୀ ମାନଙ୍କ ସହିତ ମନୋମାଳିନ୍ୟ ଦୂର ହେବ । ରାଜନୀତିରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଯୋଗସୂତ୍ର ସ୍ଥାପନ କରି କାର୍ଯ୍ୟ ହାସଲ କରିବେ । ଅଫିସରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବାରୁ ବ୍ୟସ୍ତତା ଅନୁଭବ କରିପାରନ୍ତି ।

ବୃଷ- କର୍ମ କ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ । ପରିବାର ସଦସ୍ୟ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ ବାଟରେ ପରିଚାଳିତ ହୋଇପାରନ୍ତି । ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଶତୃତା କରୁଥିବା ଲୋକ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିପାରନ୍ତି ।

ମିଥୁନ- ପରିବାରରେ ସମସ୍ୟା ସମାଧାନ ଦିଗରେ ଚେଷ୍ଟା କଲେ ସଫଳତା ପାଇବେ । ଆର୍ଥିକ ସ୍ଥିତି ପୂର୍ବ ପରି ରହିବ । ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରିବାରେ ସମର୍ଥ ହେବେ । ସାମାଜିକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ ।

କର୍କଟ- ପରିବାରରେ ଭୁଲ ବୁଝାମଣା ହେତୁ କଳହ ଲାଗିପାରେ । ବିଦ୍ୟାର୍ଥୀ ମାନେ ଅଦ୍‌ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ପ୍ରଶାସନିକ , ପରିବହନ, ବ୍ୟବସାୟ, ନିର୍ମାଣ ଓ ଆଲୋଚନା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବେ । ବିଭିନ୍ନ ଦିଗରୁ ଅର୍ଥ ପାଇଲେ ମଧ୍ୟ ତାହା ନିଜର ଅବହେଳାରୁ ଅନ୍ୟ ବାଟରେ ବ୍ୟୟ ହେବ ।

ସିଂହ- ଅଟକି ରହିଥିବା କାର୍ଯ୍ୟ ସହଜ ସରଳରେ ସମ୍ପନ୍ନ ହେବ । ମିତ୍ରଙ୍କ ସହ ଲାଗି ରହିଥିବା ବିବାଦ ଦୂର ହେବ । ଠିକ୍ ସମୟରେ ଭାବୁଥିବା କାମଟି ଶୀଘ୍ର ଶେଷ କରିପାରିବେ ନାହିଁ । ଲୋକମାନଙ୍କ ସହିତ ଜଗିରଖି କଥାବାର୍ତା କରିଲେ ବହୁତ ଭଲ ହେବ ।

କନ୍ୟା- କେତେକ କ୍ଷେତ୍ରରେ ଠିକ ସିନ୍ଧାନ୍ତ ନେଇ ପାରିବେ ନାହିଁ । ସନ୍ତାନ ହେତୁ ମାନସିକ ଆଘାତ ପାଇପାରନ୍ତି । ଟଙ୍କା ପଇସା ସମ୍ପର୍କିତ ଝାମେଲାର ସମ୍ମୁଖୀନ ହେବେ । ରାଜନୈତିକ କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ କରି ବିଜୟୀ ହେବେ ।

ତୁଳା- ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ । ଗଠନ ମୂଳକ କିମ୍ବା ସାମୂହିକ କାମରେ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ । ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି, ଏଣୁ ସତର୍କ ରହିବା ଭଲ । ଆଇନ, ଅଦାଲତ, କଳା ସାହିତ୍ୟ, କ୍ରୀଡା କ୍ଷେତ୍ର ମନ୍ଦ ହେବନି ।

ବିଛା- ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ଚିନ୍ତିତ ରହିପାରନ୍ତି । ପ୍ରତ୍ୟେକ ପରିସ୍ଥିତିକୁ ହାଲୁକା ଭାବେ ଗ୍ରହଣ କରିବା ଠିକ୍ ହେବନାହିଁ । ସଭାସମିତି କିମ୍ବା ସାଙ୍ଗଠନିକ କ୍ଷେତ୍ରରେ ସହଯୋଗ,ସୁଖ ସମ୍ମାନ ପାଇ ଖୁସି ହେବେ । ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ ।

ଧନୁ- ଦାମ୍ପତ୍ୟ ସୁଖରେ ଆଶାଜନକ ଫଳ ପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସମ୍ପର୍କ ଯୋଡିବାରେ ଆପଣଙ୍କ କୌଶଳ କିଛି ମାତ୍ରାରେ ଅନ୍ୟମନସ୍କ ହେତୁ କୌଣସି ଭୁଲ କାମ କରି ଅନୁତପ୍ତ ହେବେ । ନିଜ ଲୋକଙ୍କୁ ଭୁଲ୍ ବୁଝିବେ ଏବଂ ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ ।

ମକର-ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବା ସହ ସାମାଜିକ ସ୍ଥିତି, ମାନ ସମ୍ମାନ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ସତର୍କତା ଅଭାବରୁ ଜିନିଷପତ୍ର ହଜିଯିବା ସମ୍ଭାବନା ରହିଛି । ସମସ୍ୟା ସମାଧାନ ସକାଶେ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । କଳା , ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ ।

କୁମ୍ଭ- ବନ୍ଧୁ ମିତ୍ରଙ୍କର ଆର୍ଥିକ ସହାୟତାରେ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣ ହେବ ସାଧୁ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ପାଇବେ । ବିଦ୍ୟା ଅଧ୍ୟୟନ ସମ୍ବନ୍ଧୀୟ ଶୁଭ ସମାଚାର ପାଇବେ ।

ମୀନ- ପାରିବାରିକ ସ୍ତରରେ ଭୁଲ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ପରିସ୍ଥିତିକୁ ଦେଖି ଜାଣିଶୁଣି ସବୁ କଥାରେ ନୀରବ ରହିବାକୁ ପଡିବ । ବିଭିନ୍ନ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ମାନସିକ ସ୍ଥିତି ବିଶେଷ ଭଲ ରହି ନ ପାରେ । ସଭାସମିତିରେ ବିଶିଷ୍ଟ ବ୍ୟକ୍ତିଙ୍କ ଅନ୍ତରଙ୍ଗ ଆଳାପ ମନକୁ ଆମୋଦିତ କରିବ ।

Exit mobile version