Site icon ଆଜିକାଲି

୨୩ ମାର୍ଚ୍ଚ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ଛୋଟ ଛୋଟ କଥାରେ ବିବ୍ରତ ହେବେ । ନିଜର ବ୍ୟାୟାମ ଉପରେ ଧ୍ୟାନ ଦିଅନ୍ତୁ । ଏହା ବ୍ୟତିତ ବିଶ୍ରାମ ଅତ୍ୟାବଶ୍ୟକ । ଯାତ୍ରା କରନ୍ତୁ ନାହିଁ ଓ ଦୌଡା ଦୌଡି ବନ୍ଦ କରନ୍ତୁ । ଆବଶ୍ୟକ ସମୟରେ ଯଥାର୍ଥ ବିଶ୍ରାମ ନିଅନ୍ତୁ । ଆଗକୁ ପ୍ରଶଂସା ପାଇବେ । ନିଜର ଏବଂ ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଜତ୍ନବାନ ହୁଅନ୍ତୁ ।

ବୃଷ: ସ୍ଥିର ମନ ଓ ଦୃଢ ଚିନ୍ତା ସମାଧାନର କାରଣ ହେବ । ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ଶୁଭ ଫଳ ଆଶା କରନ୍ତୁ । ପୈତୃକ ସମ୍ପତି ଆଶା କରାଯାଏ । ପିତା ମାତାଙ୍କ ସହ ଅନ୍ତରଙ୍ଗତା ବଢିବ । ଖେଳ କୁଦ ପାଇଁ ଦିନଟି ଭଲ ଅଟେ ।

ମିଥୁନ: ପଇସା ଅତ୍ୟଧିକ ଥିଲେ ମଧ୍ୟ ଆପତ୍ତିଜନକ ସଂସ୍ଥାରୁ ଦୂରେଇ ରୁହନ୍ତୁ । ଅଗଭିରତା, ଅସ୍ଥିରତା, ସାଧା, ଭଲ ଏବଂ ପୁରୁଣା ମଜ୍ଜାରେ ପରିବାର ସହ ବୁଡି ରହିବେ । ଚଞ୍ଚଳତା ଓ ଶକ୍ତିପୂର୍ଣ୍ଣ ରହିବେ । ଶତୃ ପରାଜୟ ହେବେ ।

କର୍କଟ: ଦିନଟି ମଧ୍ୟମ ସ୍ତରର ଅଟେ । ଚତୁର୍ପାର୍ଶ୍ୱରେ ପରିଚାଳିତ ବସ୍ତୁ ଉପରେ ନଜର ରଖନ୍ତୁ । ଅଧିକ କାର୍ଯ୍ୟ ସତ୍ୱେ ଫଳ ଆଶାନୁତିତ ନୁହେଁ । କୁଟିଳ ଚିନ୍ତାରୁ ଦୂରେଇ ରୁହନ୍ତୁ ନଚେତ୍‍ ପରିବାରରେ କଳହ ଉପୁଜି ପାରେ । ଛାତ୍ରମାନଙ୍କ ପାଇଁ ଭଲ ଦିନ ଯଥା ସଫଳତା ନିଶ୍ଚିନ୍ତ । ଅମାନୁସିକ କାର୍ଯ୍ୟ୍ କରନ୍ତୁ ନାହିଁ ଅଯଥା ଚିନ୍ତାରେ ରହିବେ ।

ସିଂହ: ନିଜ ଉପରେ ବିଶ୍ୱାସ ରଖିଲେ ସବୁ ସମାଧାନ ହେବ । ସମସ୍ତ ଶକ୍ତି ପ୍ରୟୋଗରେ କାର୍ଯ୍ୟ ସିଦ୍ଧି ହେବ । ସରକାରୀ ସଂସ୍ଥା ଦ୍ୱାରା ଉପକୃତ ହେବେ । ନିଜର କ୍ଷମତା ପରିପ୍ରକାଶ କରି ସମସ୍ତ ମନ ନିଅନ୍ତୁ । ତୁମର ପ୍ରତିଷ୍ଠା ଓ ବଳ ବୃଦ୍ଧି ହେବ ଏବଂ ପୈତୃକ ସମ୍ପତି ଲାଭ ହେବ । ସେଥିପାଇଁ ଚିନ୍ତା କରନ୍ତୁ ନାହିଁ ।

କନ୍ୟା: ଯଦି ଦିନଟି ଆପଣଙ୍କର ନ ହୁଏ ତେବେ ଆପଣଙ୍କର ରାଗର ସୀମା ରହିବ ନାହିଁ । ଅଧିକ ସକ୍ଷମତା ଓ ଗର୍ବ ସମସ୍ତ କୁ କାର୍ଯ୍ୟ୍ର ପରିଣାମ | ଆପଣ ଭଲ ଅନୁମାନ କରିବେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । କାର୍ଯ୍ୟରେ ସତର୍କତା ଅବଲମ୍ୱନ କରନ୍ତୁ ।

ତୁଳା: ଆଜି ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ଆପଣ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ କରିବା ଦ୍ୱାରା ଆର୍ଥିକ ସ୍ଥିତିରେ ଉନ୍ନତି ଘଟି ଆପଣଙ୍କୁ ସୁଖି କରିବ । ବନ୍ଧୁଙ୍କଠାରୁ ସାହାଯ୍ୟ ପାଇବେ । କୌଣସି ପ୍ରିୟ ବାନ୍ଧବୀଙ୍କ ସହ ସାକ୍ଷାତ କରିପାରନ୍ତି । ନିଜର ଗାଡି ନେଇ କୌଣସି ରମଣୀୟ ସ୍ଥାନକୁ ବଣଭୋଜି କରିବା ପାଇଁ ଉତ୍କଣ୍ଠା ପ୍ରକାଶ କରିପାରନ୍ତି ।

ବିଛା: ଆପଣଙ୍କ ଉପରିସ୍ଥ ହାକିମ ଆପଣଙ୍କ କର୍ମଦକ୍ଷତାରେ ସନ୍ତୋଷ ପ୍ରକାଶ କରିବେ । ଚାକିରୀରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ସାମାଜିକ ସ୍ୱୀକୃତି ଲାଭ କରି ଆତ୍ମ ସନ୍ତୋଷ ପାଇବେ । ଆପଣଙ୍କର ସନ୍ତାନ ତାର ସଫଳତାର ଶୀର୍ଷସ୍ଥାନ ଅଧିକାର କରିଥିବାରୁ ଖୁସିର ସୀମା ରହିବ ନାହିଁ । ଦିନଟିକୁ ଆମୋଦ ପ୍ରମୋଦରେ କାଟିପାରନ୍ତି ।

ଧନୁ: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିନପାରେ । ତେଣୁ ନିଜକୁ ଦୁର୍ବଳ ଅନୁଭବ କରିବେ ଏବଂ ଆଳସ୍ୟରେ ଦିନଟି କଟିପାରେ । ଶାରୀରିକ ଦୁର୍ବଳତା ଯୋଗୁଁ ଚିନ୍ତିତ ହୋଇପାରନ୍ତି । ବ୍ୟବସାୟରେ ମାନ୍ଦା ଅବସ୍ଥା ପାଇଁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ପ୍ରତିଯୋଗୀ ଏବଂ ନିଜ ସମକକ୍ଷ ବ୍ୟକ୍ତିମାନଙ୍କଠାରୁ ନିଜକୁ ଦୁରେଇ ରଖନ୍ତୁ ।

ମକର: ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି । ଶାରୀରିକ ଅସୁସ୍ଥତା ଯୋଗୁଁ କିମ୍ୱା ସାମାଜିକ କାର୍ଯ୍ୟ୍ୟରେ ଯୋଗଦେବା ପାଇଁ ବାହାରକୁ ଯାଆନ୍ତୁ ନାହିଁ । ଦୁର୍ଘଟଣା ଘଟିବାର ସମ୍ଭାବନା ଥିବାରୁ ସତର୍କ ରୁହନ୍ତୁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଘଟିଥିବା ମନୋମାଳିନ୍ୟକୁ ଧୀରସ୍ଥିର ଚିତ୍ତରେ ସମାଧାନ କରିଦିଅନ୍ତୁ । ନିଜମନକୁ ସର୍ବଦା ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ ।

କୁମ୍ଭ: ଦିନଟି ଅତ୍ୟନ୍ତ ଶୁଭଫଳଦାୟକ ଅଟେ । ଦୃଢ ବିଶ୍ୱାସ ଓ ଠିକ ସିଦ୍ଧାନ୍ତ ଆପଣଙ୍କୁ ସବୁ କାର୍ଯ୍ୟ୍ୟ ସୁଚାରୁରୁପେ ସମ୍ପାଦନ କରିବାକୁ ପ୍ରେରଣା ଯୋଗାଇବ | ଆମ ଠିକ ସମୟରେ କାର୍ଯ୍ୟ୍ୟକୁ ସମ୍ପୁର୍ଣ୍ଣ କରିବାର ପ୍ରୟାସ ଜାରିରଖିବେ | ଘରପାଇଁ କିଛି ଦରକାରୀ ଆବଶ୍ୟକୀୟ ଜିନିଷ କିଣିପାରନ୍ତି | ଆପଣ ଚାହିଁଲେ ଗୋଟିଏ ନୁଆ ଗାଡି କିଣିପାରିବେ | ବନ୍ଧୁମାନଙ୍କ ଗହଣରେ ସହର ବାହାରକୁ ପରିଭ୍ରମଣରେ ଯିବେ | ଏପରି ଆମୋଦ ଦାୟକ ଭ୍ରମଣ ଅନୁଭୁତି ଆପଣଙ୍କ ସ୍ମୃତିରେ ଅଭୁଲା ହୋଇ ରହିପାରେ |

ମୀନ: ଗ୍ରହଙ୍କ ଶୁଭଦୃଷ୍ଟି ଯୋଗୁଁ ଶାରୀରିକ ତଥା ମାନସିକ ଶାନ୍ତି ଅବ୍ୟାହତ ରହିବ । ସୁସ୍ଥ ପାରିବାରିକ ଓ କର୍ମମୟ ଜୀବନରେ ତୃପ୍ତି ଲାଭ କରିବେ । କୌଣସି ସମସ୍ୟାର ସମାଧାନ କରିବାକୁ ପଡିଲେ କ୍ରୋଧ ପ୍ରକାଶ ନକରି କୋମଳ କଥାରେ ଅନାୟସରେ ସାମାଧାନ କରିବା ଶ୍ରେୟସ୍କର ଅଟେ । ମାଆଙ୍କଠାରୁ ବହୁ ଦିନରୁ ପ୍ରତିକ୍ଷିତ ଶୁଭସମ୍ୱାଦ ପାଇପାରନ୍ତି । ବୃତ୍ତିରେ ସହକର୍ମୀଗଣ ଆପଣଙ୍କୁ ସାହାଯ୍ୟ ପ୍ରଦାନ କରିବେ ।

Exit mobile version